କଟକ, (ନାଗରାଜ ନ୍ୟୁଜ): କଟକ ଜିଲ୍ଲା ବାରଙ୍ଗ ଥାନା ନରାଜ ଗ୍ରାମରେ ଅଘଟଣ । ହାତୀକୁ ଘଉଡ଼ାଇବା ବେଳେ ଜଣେ ବ୍ୟକ୍ତିଙ୍କୁ ଦଳି ମାରିଛି ବଣୁଆ ହାତୀ । ମୃତ ବ୍ୟକ୍ତି ଜଣଙ୍କ ନରାଜ ଗ୍ରାମର ୩୭ ବର୍ଷିୟୀ ସୁଶାନ୍ତ କୁମାର ବେହେରା ବୋଲି ଜଣାପଡିଛି । ନରାଜ କାଳୀ ମନ୍ଦିର ନିକଟରେ ଲୁଚିଥିବା ୬ ଟିକିଆ ହାତୀ ପଲଙ୍କୁ ଘଉଡ଼ାଇବା ବେଳେ ଏଭଳି ଅଘଟଣ ଘଟିଥିବା ଜଣାପଡିଛି । ସୂଚନା ଅନୁଯାୟୀ ସୁଶାନ୍ତ ନଦୀକୁ ମାଛ ମାରିବାକୁ ଯାଉଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ । ଯାହାକୁ ନେଇ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି । ମୃତ ବ୍ୟକ୍ତିଙ୍କ ପରିବାରକୁ କ୍ଷତିପୂରଣ ବାବଦକୁ ୫୦ ଲକ୍ଷ ଦେବା ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି ।