କାର୍ଯ୍ୟାଳୟ ଛାତରୁ ପଡି କର୍ମଚାରୀଙ୍କ ମୃତ୍ୟୁ

ଗଁଦିଆ,(ନାଗରାଜ ନ୍ୟୁଜ): ଗଁଦିଆ ଅଗ୍ନିଶମ ବିଭାଗ ରେ କାର୍ଯ୍ୟରତ ଜଣେ କର୍ମଚାରୀ ଗତକାଲି ରାତିରେ କାର୍ଯ୍ୟଳୟ ଦୁଇ ମହଲା ବିଶିଷ୍ଟ ଛାତରୁ ତଳକୁ ଖସିପଡି ମୃତ୍ୟୁ ବରଣ କରିଥିବା ଜଣାଯାଇଛି ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ ବାସିନ୍ଦା ଜୟନ୍ତ ଧାରୁଆ୩୫ବର୍ଷ ପ୍ରାୟ ଦେଢ଼ ବର୍ଷ ଧରି ଏହି କାର୍ଯ୍ୟଳୟ ରେ କାର୍ଯ୍ୟ କରୁଥିଲେ ଗତକାଲି ରାତିସମୟ୯ଟାରେ ରାତ୍ରି ଭୋଜନ ସାରି ଛାତ ଉପରକୁ ଯାଇଥିଲେ ହଟାତ କିଛି ଭୂମି ଉପରେ ପଡିବା ସହ ଚିତ୍କାର ଶୁଣି ଅନ୍ୟ କର୍ମଚାରୀ ମାନେଘଟଣା ସ୍ଥାନରେ ପହଞ୍ଚି ଦେଖଲେ ସେଠାରେ ଜୟନ୍ତ ତଳେ ପଡିଛି ତାକୁ ତୁରନ୍ତ ଉପସ୍ଥିତ ଅନ୍ୟକର୍ମଚାରୀ ମାନେ ସ୍ତାନୀୟ ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ତାଙ୍କର ମୁଣ୍ଡ ଓ ହାତରେ ଆଘାତ ଲାଗିଥିଲା ଗୁରୁତର ଅବସ୍ଥାରେ ତାଙ୍କୁ ଢେଙ୍କାନାଳ ଜିଲ୍ଲାମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଥିଲା ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ, ମୁତ୍ୟୁ ର କାରଣ ଅସ୍ପଷ୍ଟ, ଅପର ପକ୍ଷରେ ତାଙ୍କର ସ୍ୱାସ୍ଥ୍ୟ ଖରାପ ଅଛି ବୋଲି ଉକ୍ତ କାର୍ଯ୍ୟାଳୟ ର କର୍ମଚାରୀଙ୍କ ଠାରୁ ଜଣାଯାଇଛି, ତାଙ୍କର ମୃତ୍ୟୁ ଖବର ପରିବାର ଲୋକଙ୍କୁ ଜଣାଇ ଦିଆଯାଇଥିଲା, ଆଜି ଢେଙ୍କାନାଳ ମେଡିକାଲ ରେ ତାଙ୍କର ଶବ ବ୍ୟବଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ଏବଂ ଗଁଦିଆ ପୋଲିସ ପକ୍ଷରୁ କେସ ନଂ 21ରେ ଏକ ଆପ ମୃତ୍ୟୁ ମାମଲା ରୁଜୁ କରାଯାଇଛି l

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published.