କଟକ,(ନାଗରାଜ ନ୍ୟୁଜ): ଜିଲ୍ଲା ଶିଳ୍ପ ପ୍ରତିଷ୍ଠାନ ପକ୍ଷରୁ ଆଜିଠାରୁ କଟକ ରେ ଉଦ୍ୟୋଗୀ ସପ୍ତାହ ଓ ଶିଳ୍ପ ପ୍ରଦର୍ଶନୀ 2023 ଆରମ୍ଭ ହୋଇଛି l ଏହି ଉଦ୍ୟୋଗୀ ସପ୍ତାହ ଓ ପ୍ରଦର୍ଶନୀ 11ତାରିଖ ପର୍ଯ୍ୟନ୍ତ ଚାଲିବ l ଆସନ୍ତା 11 ତାରିଖ ଦିନ ରେଭେନ୍ସା ବିଶ୍ୱବିଦ୍ୟାଳୟ ଠାରେ ରେଭେନ୍ସା ଛାତ୍ରଛାତ୍ରୀ ମାନଙ୍କୁ ସାମିଲ କରାଯିବ l ଆଜି କଟକ ଜିଲ୍ଲାପାଳ କାର୍ଯ୍ୟାଳୟ ଠାରେ ଉଦ୍ୟୋଗୀ ସପ୍ତାହ ପାଳନ ଉଦଘାଟନ ହୋଇଛି l ରାଜ୍ୟ କୃଷି ମସ୍ୟ ସମ୍ପଦ, ପଶୁ ସମ୍ପଦ ଓ କୃଷି ଶସ୍ତ୍ରିକରଣ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଆନୁଷ୍ଠାନିକ ଭାବରେ ଉଦ୍ୟୋଗୀ ସପ୍ତାହ କୁ ଉଦଘାଟନ କରି କହିଲେ ଓଡିଶା ଏବେ ବିଭିନ୍ନ କ୍ଷେତ୍ରରେ ଅଗ୍ରଗତି ହାସଲ କରିଛି l ଓଡିଶା ର ଶିଳ୍ପାୟାନ କ୍ଷେତ୍ରରେ ସ୍ବର୍ଗତ ବିଜୁ ପଟ୍ଟନାୟକ ଙ୍କର ଅବଦାନ ଅତୁଳନୀୟ l କୃଷି କ୍ଷେତ୍ରରେ ଓଡିଶା ଅଗ୍ରଗତି କରି ଏବେ ବନ୍ଦକା ରାଜ୍ୟ ହୋଇଛି l ଓଡିଶା 24 ଲକ୍ଷ ମିଲିୟନ ଟନ ଖାଦ୍ୟ ଶସ୍ୟ ଉତ୍ପାଦନ କରୁଛି l ଉଦ୍ୟୋଗୀ ମାନେ ଶିଳ୍ପ କାରଖାନା ପ୍ରତିଷ୍ଠା କରି ଓଡିଶା କୁ ସମୃଦ୍ଧ ପଥରେ ଆଗେଇ ନେଇ ପାରିବେ l ଓଡିଶା ସରକାର ଙ୍କର ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ୍ତ କୁମାର ଜେନା ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ବକ୍ତା ଭାବରେ ଯୋଗଦେଇ କହିଲେ ଉଦ୍ୟୋଗୀ ମାନଙ୍କ ପାଇଁ ଓଡିଶା ରେ ଉପଯୁକ୍ତ ଭିତ୍ତିଭୂମି ରହିଛି l ସରକାର ଙ୍କ ପକ୍ଷରୁ ଜମି, ଜଳ, ଅନୁଦାନ ଏବଂ ଶିଳ୍ପ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି l ପ୍ରତିବର୍ଷ ସରକାର ଙ୍କର ବଜେଟ ରାଶି ବୃଦ୍ଧି କରାଯାଉଛି l
ସରକାରଙ୍କ ପାଖରୁ 30ରୁ 40 ପ୍ରତିଶତ ଅନୁଦାନ ଯୋଗାଇ ଦିଆ ଯାଉଛି।ଜଣେ ସଫଳ ଉଦ୍ୟୋଗୀ ପାଇଁ ସମସ୍ତଙ୍କର ସହ ଯୋଗର ଆବଶ୍ୟକତା ଉପରେ ଶ୍ରୀ ଜେନା ଗୁରୁତ୍ବ ଆରୋପ କରିଥିଲେ। ଓଡ଼ିଶା ଶିଳ୍ପ ମହା ସଂଘର ଅଧକ୍ଷ ଡକ୍ଟର ଶରତ କୁମାର ସାହୁ କଟକ ଡି ସି ପି ପିନାକ ମିଶ୍ର, ସି ଏମ ସି କମିଶନର ନିଖିଲ ପୱନ କଲ୍ୟାଣ,କଟକ ଚୌଦ୍ୱାର ବିଧାୟକ ସୌଭିକ ବିଶ୍ଵାଳ ଏବଂ କଟକ ବାରବାଟି ବିଧାୟକ ଇଂଜିନିୟର ମହମ୍ମଦ ମୋକିମ୍ ଅତିଥି ଭାବରେ ଯୋଗଦେଇ ଉଦ୍ୟୋଗି ମାନଙ୍କୁ ପ୍ରୋତ୍ସାହନ କ୍ଷେତ୍ରରେ ଆଲୋକ ପାତ କରିଥିଲେ।ବିଧାୟକ ବିଶ୍ଵାଳ ତାଙ୍କ ଅଭିଭାଷଣ ରେ କହିଲେ ଯେ ଜଗତ ପୁର ଠାରେ 50 ପ୍ରତିଶତ ଶିଳ୍ପ କାରଖାନା ଗୁଡ଼ିକ ରୁଗଣ ହୋଇ ପଡ଼ିଛି। ତେଣୁ ସରକାରଙ୍କ ପକ୍ଷରୁ ରୁଗଣ ହୋଇ ପଡ଼ିଥିବା ଶିଳପାନୁଷ୍ଠାନଗୁଡ଼ିକ ପୁନରୁଦ୍ଧାର ପାଇଁ 27 କୋଟି ଟଙ୍କା ଯୋଗାଇ ଦେବା ପାଇଁ ନିବେଦନ କରିଥିଲେ।ପ୍ରାରମ୍ଭରେ ଜିଲ୍ଲା ସୂଚନା ଲୋକସମ୍ପର୍କ ଅଧିକାରୀ ଲଲାଟେନ୍ଦୁ ମହାପାତ୍ର କାର୍ଯ୍ୟ କ୍ରମ ସମ୍ପର୍କ ରେ ସୂଚନା ଦେଇ ସଭାକାର୍ଯ୍ୟ କୁ ପରିଚାଳନା କରିଥିଲେ।ଜିଲ୍ଲା ଶିଳ୍ପ ପରିଚାଳନା ଅଧିକାରୀ ଏମ କେ ସିଂ ସ୍ଵାଗତ ଭାଷଣ ଦେଇଥିଲେ। ଜିଲ୍ଲା ପାଳ ଶ୍ରୀ ଭବାନୀ ଶଙ୍କର ଚଇନି ଉଦ୍ୟୋଗୀ ସପ୍ତାହ ଓ ପ୍ରଦର୍ଶନୀ ସମ୍ପର୍କ ରେ ସୂଚନା ଦେଇଥିଲେ।ଶେଷରେ ଏ ଡି ଏମ ପୂର୍ଣ୍ଣ ଚନ୍ଦ୍ର ମିଶ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ। ଅତିଥି ବୃନ୍ଦ ଯୋବ୍ରା ସ୍ଥିତ ନୌବାଣିଜ୍ୟ ସଂଗ୍ରାହଳୟ ର ପ୍ରଦର୍ଶନୀ କୁ ଉଦ୍ଘାଟନ କରିଥିଲେ।