ଔପଦା ଆଦର୍ଶ ବିଦ୍ୟାଳୟ ପରିଦର୍ଶନରେ ପୂର୍ବତନ ମନ୍ତ୍ରୀ

ବାଲେଶ୍ଵର,(ନାଗରାଜ ନ୍ୟୁଜ): ବାଲେଶ୍ଵର ଜିଲ୍ଲା ଔପଦା ବ୍ଲକରେ ନିର୍ମିତ ଆଦର୍ଶ ପରିଦର୍ଶନରେ ଯାଇଥିଲେ ପୂର୍ବତନ ମନ୍ତ୍ରୀ ତଥା ସିମୁଳିଆ ବିଧାୟକ ଜ୍ଯୋତି ପ୍ରକାଶ ପାଣିଗ୍ରାହୀ । ପ୍ରଥମେ ବିଦ୍ୟାଳୟରେ ପହଞ୍ଚି ଛାତ୍ରଛାତ୍ରୀ ମାନଙ୍କୁ କିପରି ଶିକ୍ଷା ପ୍ରଦାନ କରାଯାଉଛି ସେ ବିଷୟରେ ବିଦ୍ୟାଳୟର ଶିକ୍ଷକ ମାନଙ୍କ ସହିତ ଆଲୋଚନା କରିଥିଲେ ।

ଏଥିସହିତ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ପରିବେଶ ସୁରକ୍ଷାର ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ । ପରେ ପରେ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ,ଶିକ୍ଷୟିତ୍ରୀ ଓ ପିଲାମାନେ ସହଯୋଗ କରିଥିଲେ । ମନ୍ତ୍ରୀ ତଥା ବିଧାୟକଙ୍କର ଏଭଳି କାର୍ଯ୍ୟକ୍ରମକୁ ସମସ୍ତେ ପ୍ରଶଂସା କରିଛନ୍ତି ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.