ଜିଲ୍ଲାପାଳଙ୍କ ନାଁରେ ଫେକ WhatsApp ଆକାଉଣ୍ଟ

କଟକ, (ନାଗରାଜ ନ୍ୟୁଜ): ଜିଲ୍ଲାପାଳଙ୍କ ନାଁରେ ଫେକ WhatsApp ଆକାଉଣ୍ଟ । ଆକାଉଣ୍ଟ ଜରିଆରେ ଲୋକଙ୍କୁ ମଗାଯାଉଛି ଟଙ୍କା । କଟକ ଡିସିପିଙ୍କ ନିର୍ଦ୍ଦେଶ କ୍ରମେ ମାମଲାର ତଦନ୍ତ ଆରମ୍ଭ କଲା ସାଇବର ଥାନା ପୋଲିସ ।ସାବଧାନ! କୌଣସି ମୂହୁର୍ତ୍ତରେ ଆପଣ ହୋଇ ପାରନ୍ତି ଠକାମିର ଶିକାର । ଖୋଦ ଜିଲ୍ଲାପାଳଙ୍କ ନମ୍ବରରୁ ଟଙ୍କା ପାଇଁ ଆସିପାରେ ମେସେଜ । ସୂଚନା ଅନୁସାରେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ନାମରେ ହ୍ବାଟ୍ସଆପରେ କେହିଜଣେ ଫେକ ଆକାଉଣ୍ଟ ଖୋଲିଥିବା ଅଭିଯୋଗ ହୋଇଛି । ୭୬୯୬୯୧୮୧୫୧ ନମ୍ବରରେ ଖୋଲା ଯାଇଛି ଫେକ ଆକାଉଣ୍ଟ । ବିଭିନ୍ନ ଲୋକଙ୍କୁ ଟଙ୍କା ମଧ୍ୟ ମଗାଯାଉଛି । ଏନେଇ ଜିଲ୍ଲାପାଳ କଟକ ଡିସିପିଙ୍କୁ ଅବଗତ କରାଇଥିବା ସୂଚନା ଦେଇଛନ୍ତି ।

Leave a Reply

Your email address will not be published.