ଅନଲାଇନରେ ପ୍ରେମ ପଡିଲା ମହଙ୍ଗା, ମନବୁଝିଲା ପରେ ଭୁଲିଗଲା

ଖଇରା,(ନାଗରାଜ ନ୍ୟୁଜ): ଚାନ୍ଦବାଲି ବ୍ଲକ ରେ ଦେଖିବାକୁ ମିଳିଛି ଆଉ ଏକ ପ୍ରେମ ସେକ୍ସ ଧୋକାର କରୁଣ ପରିଣତି, ଚାନ୍ଦବାଲି ଅଞ୍ଚଳ ର ଯୁବକ ଅନଲାଇନ ରେ ଜିତୁ ଓରଫ (ଜିତେନ୍ଦ୍ର ମହାଳିକ) ଏକ ଯୁବତୀଙ୍କ ସହ ପ୍ରଥମେ ପ୍ରେମ ସମ୍ପର୍କ ଗଢି ଉଠିଥିଲା . ଯୁବତୀଙ୍କ ଘର ସମ୍ବଲପୁର ଅଞ୍ଚଳ ର ବୋଲି ଜଣାପଡ଼ିଛି . ପ୍ରଥମେ ଅନଲାଇନ ରୁ ପ୍ରେମ ଓ ପରେ ଅଫଲାଇନ ରେ ରାଜଧାନୀରେ ଭେଟ ଓ ତାପରେ ଉଭୟଙ୍କ ମଧ୍ୟରେ ଚାଲିଲା ପ୍ରେମର ଆଦାନ ପ୍ରଦାନ, କିଛିଦିନ ପରେ ଯୁବକ ଜଣଙ୍କ ଅତି ଚତୁରତାର ସହ ଯୁବତୀ ଙ୍କୁ ପ୍ରେମରେ ଧୋକା ଦେଇ ଖସି ପଳେଇ ଆସି ମୋବାଇଲ ନମ୍ବର କୁ ବ୍ଲାକ ଲିଷ୍ଟିରେ ପକେଇବା ଓ ମୋବାଇଲ ସୁଇଚ୍ ଅଫ କରିବା ସହ ଯୁବତୀ ଜଣଙ୍କୁ ବ୍ଲାକ ମେଲିଙ୍ଗ୍ କରିବା ଆରମ୍ଭ କରିଦେଇଥିଲେ . ବ୍ଲାକମେଲିଙ୍ଗ କରି ଟଙ୍କା ଆଦାୟ କରିବାର ଏକ ନୂଆ ଉପାୟ ଆରମ୍ଭ କରିଦେଇଛନ୍ତି . ଏହି ପ୍ରେମ ଏବେ ଦାଣ୍ଡ ରେ ପଡି ହାଟରେ ଗଡିଲାଣି, ଯୁବତୀ ଜଣକ ନ୍ଯାୟ ଆଶାରେ ପ୍ରଥମେ ସମ୍ବଲପୁର ପୋଲିସ ଷ୍ଟେସନ ଓ ପରେ ଚାନ୍ଦବାଲି ବାଶଂଡା ପୋଲିସ ଷ୍ଟେସନ ରେ ଅଭିଯୋଗ କରିବା ପରେ ନ୍ଯାୟ ଆଶାରେ ପୁଅର ଘର ଆଗରେ ଧାରଣାରେ ବସିଛନ୍ତି ମହିଳା,ଦେଖିବାକୁ ବକିରହିଲା ଯୁବତୀଙ୍କୁ କେବେ ନ୍ୟାୟ ମିଳୁଛି କି ନାହିଁ .

ବାଲେଶ୍ବର ଜିଲ୍ଲା ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published.