ପୁରୀ, (ନାଗରାଜ ନ୍ୟୁଜ): ଶନିବାର ଦିନ ସିଂହ ସ୍ତାନ ମଧୁ ବୈଷ୍ୟ ସମିତି ପୁରୀ ତରଫ ରୁ ଏକ ପାରିବାରିକ ବନ୍ଧୁ ମିଳନ କରାଯାଇଥିଲା । ଉକ୍ତ ସଭାରେ ଓଡ଼ିଶାର ସଭାପତି ଶ୍ରୀଯୁକ୍ତ ଦେବେନ୍ଦ୍ର ନାଥ ସାହୁ,ସମ୍ପାଦକ ଶ୍ରୀ ପ୍ରଶାନ୍ତ କୁମାର ସାହୁ,ଶ୍ରୀଯୁକ୍ତ ବିନୋଦ କୁମାର ସାହୁ ତଥା ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି କାର୍ଯ୍ୟ କୁ ଆଗେଇ ନେଇଥିଲେ । ପୁରୀ ଲୋକସଭା ସାଂସଦ ଶ୍ରୀଯୁକ୍ତ ପିନାକୀ ମିଶ୍ର,ମୁଖ୍ୟ ଅତିଥି ଓ ଶ୍ରୀଯୁକ୍ତ କୃଷ ଚଦ୍ର ପଣ୍ଡା ସମ୍ପାଦକ ବିଜୁ ଜନତା ଦଳ ଓଡ଼ିଶା ମୁଖ୍ୟ ବକ୍ତା ଭାବେ ଯୋଗ ଦାନ କରିଥିଲେ । ଆମ୍ଭ ମାନଙ୍କୁ ଉଷାହିତ କରିବା ସଙ୍ଗେ ସଙ୍ଗେ ମଧୁ ବୈଶ୍ୟ ଜାତିର ଉନ୍ନତି ନିମନ୍ତେ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ଉକ୍ତ ସଭାରେ ଶ୍ରୀଯୁକ୍ତ ନିରଞ୍ଜନ ସାହୁ ଚେଷ୍ଟା ନିର୍ଦ୍ଦେଶ ରେ ଜଗନ୍ନାଥ ଭଜନ ଓ ଓଡ଼ିଶୀ ନୃତ୍ୟ ଶିଳ୍ପୀ ମାନଙ୍କୁ ଆଗେଇ ନେଇଥିବାର ସହ ଯୋଗ କରିଥିଲେ ।
ଉକ୍ତ ସଭାରେ ସଫଳ ନିମନ୍ତେ ,ନବକିଶୋର ସାହୁ,ସଭାପତି ବିମଳ ପ୍ରସାଦ ସାହୁ, ସମ୍ପାଦକ ଶ୍ରୀ ଲୋକନାଥ ସାହୁ,ପ୍ରଦୀପ୍ତ କୁମାର ସାହୁ,ଭୀମସେନ ସାହୁ,ରାକେଶ କୁମାର ସାହୁ,ନାରାୟଣ ସାହୁ ଏବଂ ସମସ୍ତ ସଭ୍ୟ ଓ କର୍ମକର୍ତ୍ତା ମାନେ ସାହାଯ୍ୟ ସହଯୋଗ କରିଥିଲେ । ଶ୍ରୀ କ୍ଷେତ୍ର ବାସି ସାହୁ,ପରିଚାଳନା କରିଥିଲେ ସଭା ଶେଷରେ ଶ୍ରୀ ସାହୁ ଉସବ ରେ ଜନ ସମାବେଶ ପ୍ରସଂଶା କରିବା ସହ ଧନ୍ୟବାଦ୍ ଅର୍ପଣ କରିଥିଲେ ।