ପାଟଣାଗଡ ସିଟିଜେନ କମିଟି ଦ୍ୱାରା ଉପଜ଼ିଲ୍ଲାପାଳଙ୍କୁ ବିଦାୟ କାଳିନ ସମ୍ବର୍ଦ୍ଧନା


ପାଟଣାଗଡ: ପାଟଣାଗଡ ସବ ଡିଭିଜନରେ ଦୀର୍ଘ ତିନି ବର୍ଷ ଧରି କାର୍ଯ୍ୟ କରିଆସୁଥିବା ଉପଜ଼ିଲ୍ଲାପାଳ ସୋମନାଥ ପ୍ରଧାନକୁ ଓଡିଶା ସରକାର ପଦୋନ୍ନତି କରି ରାୟଗଡା ଅତିରିକ୍ତ ଜ଼ିଲ୍ଲାପାଳ ଦାୟିତ୍ୱ ଦେଇଛନ୍ତି । ପାଟଣାଗଡରୁ ବଦଳି ହୋଇ ଗତକାଲି ରିଲିଭ ହୋଇଥିବା ଉପଜ଼ିଲ୍ଲାପାଳ ପ୍ରଧାନଙ୍କୁ ପାଟଣାଗଡ ସିଟିଜେନ କମିଟି ତରଫରୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା ।

ସିଟିଜେନ କମିଟିର ସଭାପତି ମାନପତ୍ର ଏବଂ ଉପଢୌକନ ପ୍ରଦାନ କରି ପ୍ରଧାନ ଉପ ଜ଼ିଲ୍ଲାପାଳଙ୍କୁ ସମ୍ବର୍ଦ୍ଧିତ କରିଥିଲେ । କୋଭିଡ ପରିଚାଳନା, ପାଟଣାଗଡ ସବ ଡିଭିଜନର ପ୍ରାଚୀନ କୀର୍ତ୍ତିରାଜି,ଐତିହ୍ୟ, ସାଂସ୍କୃତିକ ଏବଂ ଧାର୍ମିକ ପୀଠର ସୁରକ୍ଷା ସଂରକ୍ଷଣ ପୁନଃରୁଦ୍ଧାର କାର୍ଯ୍ୟରେ ଶ୍ରେଷ୍ଠ ଅବଦାନ, ସ୍ୱଚ୍ଛ ପ୍ରଶାସନ କାର୍ଯ୍ୟକଳାପକୁ କମିଟିର କର୍ମକର୍ତ୍ତା ପ୍ରଶଂସା କରିଥିଲେ ।

ନିରାଡ଼ମ୍ବର ସମ୍ବର୍ଦ୍ଧନା ସଭାରେ ସିଟିଜେନ କମିଟିର ସଭାପତି ଘନଶ୍ୟାମ ମେହେର, ସାଧାରଣ ସମ୍ପାଦକ ସବ୍ୟସାଚୀ ମାଝିଙ୍କ ସହିତ ବରିଷ୍ଠ କର୍ମକର୍ତ୍ତା ଅନିଲ କୁମାର ମେହେର, ଅନ୍ତର୍ଯ୍ୟାମୀ ମେହେର, ନିରଞ୍ଜନ ବିଶି, ଶ୍ରୀମତ ପାଣିଗ୍ରାହୀ, ବିଜୟ ମେହେର, ରାଜେଶ ମେହେର, ପଞ୍ଚା ସାହୁ, ପ୍ରଣବ କୁଅଁର, ଆନନ୍ଦ ଯୋଶୀ, ବାବୁ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ସାଧାରଣ ସମ୍ପାଦକ ସବ୍ୟସାଚୀ ମାଝି ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published.