ବିଦାୟକାଳୀନ ସମ୍ବର୍ଦ୍ଧନା ସଭା

କଟକ,(ନାଗରାଜ ନ୍ୟୁଜ): କଟକ ବେଲେଶ୍ୱର ସ୍ଥିତ ବେଲେଶ୍ୱର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଭୁ ପଦାରବିନ୍ଦ ଆଚାର୍ଯ୍ୟ ଙ୍କର ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା ଉକ୍ତ ସମ୍ବର୍ଦ୍ଧନା ସଭାରେ ନୂଆବଜାର ହାଇ ସ୍କୁଲର ପ୍ରଧାନ ଶିକ୍ଷକ ସତ୍ୟଜିତ ମହାପାତ୍ର, ସଭାପତିତ୍ବ କରି ତାଙ୍କର ସ୍କୁଲ ପ୍ରତି ଥିବା ଅବଦାନ ସମ୍ପର୍କ ରେ ଆଲୋକ ପାତ କରିଥିଲେ। ପ୍ରାରମ୍ଭରେ କାହ୍ନେଇପୁର ପ୍ରାଥମିକ ବିଦ୍ୟାଳୟର ସହ କାରୀ ଶିକ୍ଷୟତ୍ରୀ ଲକ୍ଷ୍ମୀପ୍ରିୟା ରାଉତ ସ୍ଵାଗତ ଭାଷଣ ଦେଇ ପ୍ରଧାନ ଶିକ୍ଷକ ଙ୍କର କାର୍ଯ୍ୟଦକ୍ଷତା ଉପରେ ସୂଚନା ଦେବା ସହ ତାଙ୍କର ଅବସର କାଳୀନ ସମୟ ସୁଖମୟ ହେଉ ବୋଲି କହିଥିଲେ।ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ କଟକ ସଦର ଏ ବି ଓ ଅନନ୍ତ ଚରଣ ଦେହୁରୀ, ମୁଖ୍ୟ ବକ୍ତା ଭାବେ ସତସଙ୍ଗ ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ସୌଦାମିନୀ ମହାମାତ୍ର, ସମ୍ମାନିତ ଅତିଥି ଭାବେ ଏ ବି ଓ ରବୀନ୍ଦ୍ର ବେହେରା, ତିନିଘରିଆ କ୍ଲଷ୍ଟର ର ସି ଆର ସି ସି ସୁଶାନ୍ତ କୁମାର ସାହୁ, ପରିଚାଳନା କମିଟିର ସଭାପତି ଶ୍ରୀକାନ୍ତ ବେହେରା, ଅରକ୍ଷିତ ପାତ୍ର,ବରିଷ୍ଠ ଶିକ୍ଷକ ସୁରେନ୍ଦ୍ର ସେନାପତି ପ୍ରମୁଖ ଉପସ୍ଥିତ ରହି ପ୍ରଧାନ ଶିକ୍ଷକଙ୍କ ସ୍କୁଲ ପ୍ରତି ଥିବା ସମସ୍ତ କାର୍ଯ୍ୟ ଶୈଳୀ ଉପରେ ଆଲୋକ ପାତ କରିଥିଲେ। ଏହି ବିଦାୟକାଳୀନ ସଭାରେ ପରିଚାଳନା ସମିତିର ସମସ୍ତ ସଭ୍ୟ ସଭ୍ୟା ଙ୍କ ସମେତ କଟକ ସଦର ବ୍ଲକ ର ବିଭିନ୍ନ ବିଦ୍ୟାଳୟରୁ ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇ କହିଲେ ଶ୍ରୀଯୁକ୍ତ ଆଚାର୍ଯ୍ୟ ଜଣେ ଛାତ୍ର ବାତ୍ସଳ, କର୍ତ୍ତବ୍ୟ ନିଷ୍ଠ, ମିଷ୍ଠ ଭାଷୀ, ପରୋପକାରୀ ଶିକ୍ଷୟକ ଥିଲେ।ତାଙ୍କ ଜୀବନ କାଳ ମଧ୍ୟରେ ମଣିଷ ଗଢା କାରଖାନାରେ ରହି ବହୁ ଛାତ୍ର ଛାତ୍ରୀଙ୍କୁ ଗଢି ତୋଳିଛନ୍ତି । ତାଙ୍କ ଅବସରକାଳୀନ ଜୀବନ ସୁସ୍ଥ ନିରାମୟ ହେଉ ବୋଲି କହିଥିଲେ। ଶେଷରେ ବିଦ୍ୟାଳୟର ସହକାରୀ ଶିକ୍ଷୟତ୍ରୀ ଅନ୍ନପୂର୍ଣ୍ଣା ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ।

Leave a Reply

Your email address will not be published.