ବିଦାୟ ସମ୍ବର୍ଦ୍ଧନା ଜଣାଇଲା ନିଳମଣି ମହାବିଦ୍ୟାଳୟ

ବାଲେଶ୍ଵର,(ନାଗରାଜ ନ୍ୟୁଜ): ବାଲେଶ୍ଵର ଜିଲ୍ଲା ରୂପସା ସ୍ଥିତ ନୀଳମଣି ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଅଧ୍ୟକ୍ଷ ପ୍ରାଧ୍ୟାପକ ବସନ୍ତ କୁମାର ଭୋଇଙ୍କ ଅଧ୍ୟକ୍ଷତାରେ ଅର୍ଥନୀତି ସମ୍ମାନ ବିଭାଗ ଆନୁକୁଲ୍ୟରେ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟାପକ ଗୌରାଙ୍ଗ ପଣ୍ଡା କାର୍ଯ୍ୟକ୍ରମର ପ୍ରାରମ୍ଭିକ ସୂଚନା ପ୍ରଦାନ ଓ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଅର୍ଥନୀତି ବିଭାଗର ମୁଖ୍ୟ ପ୍ରାଧ୍ୟାପକ ସରୋଜ କୁମାର ପାଣି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ପ୍ରାଧ୍ୟାପକ ଡ଼ଃ ତପନ କୁମାର ବେହେରା, ଅଧ୍ୟାପକ ଶମ୍ଭୁନାଥ ଗିରି, ଅଧ୍ୟାପିକା ପିନାକ୍ଷୀ ପଣ୍ଡା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିଭାବେ ଯୋଗଦେଇ ବିଦାୟୀ ଛାତ୍ରଛାତ୍ରୀ ମାନଙ୍କୁ ଭବିଷ୍ୟତରେ ଉଚ୍ଚତ୍ତର ଅଧ୍ୟୟନ ଓ ପ୍ରତିଯୋଗୀମୂଳକ ପରୀକ୍ଷାରେ ଅଂଶଗ୍ରହଣ କରିବାକୁ ପରାମର୍ଶ ପ୍ରଦାନ କରିଥିଲେ । ଯୁକ୍ତ ତିନି ପ୍ରଥମ ଓ ଦ୍ବିତୀୟ ବାର୍ଷିକ ଛାତ୍ରଛାତ୍ରୀ ଶେଷ ବର୍ଷର ଛାତ୍ରଛାତ୍ରୀମାନଙ୍କୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଯଜ୍ଞେଶ୍ୱର ଗିରି, ନିବେଦିତା ମହାନ୍ତି, ହରେକୃଷ୍ଣ ବେହେରା, କଳ୍ପନା ବିଶ୍ୱାଳ, ଅର୍ପିତା ଜେନା, ଝିଲ୍ଲୀମଣି ସ୍ୱାଇଁ, ପୂଜାରାଣୀ ଗାହାଣ, ଅଞ୍ଜୁଲତା ବେହେରା, ବିଜୟ କୁମାର ବେହେରା ଓ ଅମର କୁମାର ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶେଷରେ ଅଧ୍ୟାପକ ଲାଖିରାମ ହାଁସଦା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.