କଟକ,(ନାଗରାଜ ନ୍ୟୁଜ): ସାଲେପୁର ଚନ୍ଦ୍ର ଦେଇପୁର ସେବା ସମବାୟ ସମିତିର ମନମୁଖୀ ନିତି ଯୋଗୁଁ ଚାଷୀମାନେ ଏବେ ଚିନ୍ତାରେ । ସାଲେପୁର ଅଞ୍ଚଳରେ ଅନେକ ଧାନ ଚାଷୀ । ନିର୍ଦ୍ଧିଷ୍ଟ ସମୟରେ ଧାନ ନେବା ପାଇଁ ପଞ୍ଜିକରଣ କରିଥିଲେ ମଧ୍ୟ ସମୟ ଅନୁସାରେ ଚାଷୀମାନଙ୍କଠାରୁ ସମିତି ଧାନ ନ କିଣି ବେପାରୀ ମାନଙ୍କଠାରୁ ସମିତି କିଣୁଥିବା ସିଧାସଳଖ ସମିତି ସମ୍ପାଦକଙ୍କୁ ଦାୟୀ କରିଛନ୍ତି ଚାଷୀ । ସେପଟେ ଦୀର୍ଘ ସମୟ ଧରି ସମବାୟ ଅଫିସ ଆଗରେ ଧାନ ଗାଡି ଧରି ଅପେକ୍ଷା କରିଛନ୍ତି ଚାଷୀ । ଏ ସଂପର୍କରେ ସମ୍ପାଦକଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ଉତର ମିଳିନଥିଲା ।