କୁତ୍ରା ବ୍ଳକରେ ଫାଷ୍ଟ ପୁଲିଙ୍ଗ ଅଫିସର ଅସୁସ୍ଥ

ସୁନ୍ଦରଗଡ଼, (ନାଗରାଜ ନ୍ୟୁଜ): ଆଜି ସୁନ୍ଦରଗଡ଼ ଜିଲ୍ଲାର ୪ଟି ବ୍ଳକରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେଉଛି । ଗତକାଲି ଠାରୁ ପୁଲିଙ୍ଗ, ପ୍ରିଜାଡିଙ୍ଗ୍ ଅଫିସରମାନେ ନିଜିଜ ବୁଥକୁ ପହଞ୍ଚି ସାରିଥିବାବେଳେ ଗତକାଲି ସନ୍ଧ୍ୟାରେ କୁତ୍ରା ବ୍ଳକର ତୁନମୁରାପଞ୍ଚାୟତର ସିଆଲଯୋର ପ୍ରାଥମିକ ବିଦ୍ୟାଳୟରେ ବୁଥ ନମ୍ବର ୧ରେ ନିୟୋଜିତ ହୋଇ ଥିବା ଫାଷ୍ଟ ପୁଲିଙ୍ଗ ଅଫିସର ଦୋଳଗୋବିନ୍ଦ ମୁଣ୍ଡା ହଠାତ୍ ‌ଅସୁସ୍ଥ ହୋଇପଡିଥିଲେ । ହେଲେ ସେଠାରେ ନିୟୋଜିତ ଥିବା ପ୍ରିଜାଡିଙ୍ଗ ଅଫିସର ଅଶ୍ବିନୀ କୁମାର ସାହୁ ଏହାଦେଖି କ’ଣ କରିବେ ବୁଝିପାରିନଥିଲେ । ତାଙ୍କ ପାଖରେ ସେକ୍ଟର ଅଫିସର କିମ୍ବା ବିଡିଓଙ୍କ ନମ୍ବର ନଥିଲା । ପରେ ନାଗରାଜ ନ୍ୟୁଜର ପ୍ରତିନିଧି ଦଶରଥ ପୋଡ଼ ଖବରପାଇ ସଙ୍ଗେ ସଙ୍ଗେ ସେକ୍ଟର ଅଫିସର ରୀନାପ୍ରତିମା କୁଜୁର ଏବଂ କୁତ୍ରା ବିଡିଓଙ୍କୁ ଯୋଗାଯୋଗ କରିଥିଲେ ।

ତାଙ୍କ ସହିତ ଯୋଗଯୋଗ ନହୋଇ ପାରିବାରୁ କଟଙ୍ଗ ପଞ୍ଚାୟତରେ ନିୟୋଜିତ ଥିବା ସେକ୍ଟର ଅଫିସର ଫୁଲିନ୍ଦ୍ର କୁମାର ଦେହୁରିଙ୍କୁ ଯୋଗାଯୋଗ କରିବାରୁ ସେ ତୁନମୁରା ସେକ୍ଟର ଅଫିସରଙ୍କୁ ଖବର ଦେଇଥିଲେ । ପରେ ସେକ୍ଟର ଅଫିସର ଦୋଳ ଗୋବିନ୍ଦଙ୍କୁ କୁତ୍ରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ବର୍ତ୍ତମାନ ତାଙ୍କ ସ୍ଥାନରେ ଅନ୍ୟ ଜଣେ ଅଫିସରଙ୍କୁନିୟୋଜିତ କରାଯାଇଥିବାର ଜଣାଯାଇଛି ।

Leave a Reply

Your email address will not be published.