ବିତ୍ତିୟ ସଂଯୋଗିକରଣ କାର୍ଯ୍ୟକ୍ରମ ଆରମ୍ଭ

କଟକ, (ନାଗରାଜ ନ୍ୟୁଜ): ସମଗ୍ର ଦେଶରେ ଆର୍ଥିକ ଅନଗ୍ରସର ଲୋକ ମାନଙ୍କୁ ସଶକ୍ତ କରିବା ମାଧ୍ୟମରେ ଭାରତକୁ ବିଭିନ୍ନ ଦୃଷ୍ଟି କୋଣରୁ ସ୍ୱାବଲମ୍ବୀ କରିବାର ଆଭିମୁଖ୍ୟ ନେଇ ଭାରତ ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଛି ଏକ ମହତ୍ତ୍ଵକାଂକ୍ଷି ଅଭିନବ ଯୋଜନା ବିତ୍ତୀୟ ସଂଜୋଗି କାରଣ କାର୍ଯ୍ୟକ୍ରମ ଦେଶର ପ୍ରତ୍ୟେକ ଜିଲ୍ଲାରେ ଆରମ୍ଭ ହୋଇଛି । ସେହି କ୍ରମରେ ଓଡ଼ିଶାର ପ୍ରତିଟି ଜିଲ୍ଲାରେ କାର୍ଯ୍ୟ କାରୀ କରାଯାଉଛି ଏହି ଯୋଜନାର ମୂଳ ରୂପରେଖ। ଆଜାଦି କା ଅମୃତ ମହୋତ୍ସବ ପାଳନ ପରିପ୍ରେକ୍ଷୀରେ ଏହି ଯୋଜନା ଅନୁଯାୟୀ ଆମରାଜ୍ୟ ରେ ବିଭିନ୍ନ ପ୍ରମୁଖ ବ୍ୟାଙ୍କ୍ ସାରା ରାଜ୍ୟର ଅବହେଳିତ ତଥା ଅନଗ୍ରସର ଲୋକମାନଙ୍କୁ କ୍ଷୁଦ୍ରଶିଳ୍ପ, କୃଷି, ମତ୍ସ୍ୟ ଚାଷ ଏବଂ ଗୃହପାଳିତ ପଶୁ ଙ୍କୁ ଆଧାର କରି ଆବଶ୍ୟକ ଆର୍ଥିକ ସହାୟତା ଋଣ ଆକାରରେ ଯୋଗାଇ ଦେଉଛନ୍ତି। ପ୍ରଧାମନ୍ତ୍ରୀଙ୍କ ର ମୁଦ୍ରା ଯୋଜନା ଏବଂ ଅନ୍ୟାନ୍ୟ ଯୋଜନା ପରି ଏହି କାର୍ଯ୍ୟକ୍ରମ ସେହି ବର୍ଗର ଜନସାଧାରଣଙ୍କୁ ସ୍ୱାବଲମ୍ବୀ କରାଇ ପାରିବ। ଏହି ଅବସରରେ ଆୟୋଜିତ ବିବିଧ କାର୍ଯ୍ୟକ୍ରମ ମଧ୍ୟରେ କଟକ ଯୋବ୍ରା ସ୍ଥିତ ରାଜ୍ୟ ନୌ ବାଣିଜ୍ୟ ସଂଗ୍ରାହଳୟ ଠାରେ ଏହାର ଶୁଭାରମ୍ଭ କରି ରାଜ୍ୟ ବ୍ୟାଙ୍କ୍ ସମୂହର ପ୍ରମୁଖ ଆରୁପାନନ୍ଦ ଜେନା କହିଲେ ଋଣ ପ୍ରଦାନ ନିମିତ୍ତ ବ୍ୟାଙ୍କ୍ ମାନଙ୍କର ଗୁରୁତତ୍ୱପୂର୍ଣ୍ଣ ଭୂମିକା ରହିଛି ।

ବ୍ୟାଙ୍କ୍ ମାନେ ଆଗେଇ ଆସିଲେ ଆର୍ଥିକ ଅନଗ୍ରସର ବର୍ଗର ଲୋକମାନେ ଉପକୃତ ହୋଇ ପାରିବେ। ଆନୁଷ୍ଠାନିକ ଭାବେ ଏହି କାର୍ଯ୍ୟକ୍ରମକୁ କଟକ ଜିଲ୍ଲା ପାଳ ଭବାନୀ ଶଙ୍କର ଚୟନି ଉଦ୍ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ,ରାଜେଶ ବେହେରା,ସତ୍ୟନାରାୟଣ ରାଉତ,ନାବାର୍ଡ ର ଜି ଏମ ଡକ୍ଟର ବି ବି ସାହୁ, ଏମ ଏସ ଏମ ଇ ର ନିର୍ଦେଶକ ପବନ କୁମାର ଗୁପ୍ତା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଏହି ଅବସରରେ ଆଜି କଟକ ଜିଲ୍ଲାରେ 5659ଜଣ ହିତାଧିକାରୀଙ୍କୁ 123କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଛି।ସାମାଜିକ ଯୋଜନାରେ 9703ଜଣଙ୍କୁ ବୀମାଭୁକ୍ତ କରାଯାଇଛି ।

Leave a Reply

Your email address will not be published.