କଟକ, (ନାଗରାଜ ନ୍ୟୁଜ): କଟକ ବଡ଼ ମେଡ଼ିକାଲ ପରିସରରେ ଅଗ୍ନିକାଣ୍ଡ । ମେଡିକାଲ ସ୍ତ୍ରୀ ଓ ପ୍ରସୂତି ବିଭାଗର ଗେଟ ସମ୍ମୁଖରେ ଥିବା ଏକ ଇଲେକ୍ଟ୍ରି ଟ୍ରାନସଫରମରରେ ହଠାତ୍ ନିଆଁ ଲାଗିଯାଇଥିଲା । ଟ୍ରାନସଫରମର ଟି ହଠାତ୍ ହୁ ହୁ ହୋଇ ଜଳିବା ଯୋଗୁଁ ସାଧାରଣ ଲୋକେ ଆତଙ୍କିତ ହୋଇଯାଇଥିଲେ । ପରେ ଖବର ପାଇ ମେଡିକାଲ ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁକୁ ଆୟତ୍ତ କରାଯାଇଥିଲା । ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡିନଥିବା ବେଳେ ବାରମ୍ବାର ଏଭଳି ଅଗ୍ନିକାଣ୍ଡ ଘଟୁଥିଲେ ମଧ୍ୟ ବିଦ୍ୟୁତ ବିଭାଗର ଦୁର୍ବଳତା ଯୋଗୁଁ ଏହା ଘଟୁଥିବା ସାଧାରଣ ଲୋକେ ଅଭିଯୋଗ କରିଛନ୍ତି ।