ସୁବର୍ଣ୍ଣରେଖାରେ ବନ୍ୟା ଆଶଙ୍କା

ବାଲେଶ୍ଵର,(ନାଗରାଜ ନ୍ୟୁଜ): ସମ୍ପ୍ରତି ଲଘୁଚାପ ଜନିତ ବର୍ଷା ଲାଗି ରହିଥିବାରୁ ବାଲେଶ୍ଵର ଜିଲ୍ଲା ସୁବର୍ଣ୍ଣରେଖା ନଦୀରେ ବନ୍ୟା ଆସିବାର ଆଶଙ୍କା ଦେଖାଯାଉଛି । ବିଶେଷ କରି ନଦୀ ପାଖରେ ଥିବା ବାଲିଆପାଳ ବ୍ଲକର ପାଳପଡା, ଚଡ ପାଳପଡା, ପାଲଚମ୍ପେଇ, ପାରୁଳିଆ, ଅସ୍ତି, ବଡାପାଳ, ସୂର୍ଯ୍ୟାପୁର, କୁଦମାନସିଂ, ରସଲପୁର, କୁହୁଲାଚଡ଼, ଇକଡପାଳ, ତାଳପଦା, ବାଲିଆପାଳ ଆଦି ଗ୍ରାମରେ ବସବାସ କରୁଥିବା ଲୋକଙ୍କ ଭିତରେ ଛନକା ଭଲ ଜାତ ହୋଇଛି । ବର୍ଷା ଦିନ ଆସିଲେ ନଦୀ କୂଳିଆ ଲୋକଙ୍କ ନିଦ ହଜିଯାଏ କାରଣ ନଦୀବନ୍ଧ ଧୀରେ ଧୀରେ ଖାଇଯାଉଛି । ଏବେ ବି ଉପର ମୁଣ୍ଡରୁ ପାଣି ଆସିନାହିଁ ଅହରହ କିଛିଦିନ ହେବ ଲଘୁଚାପ ବର୍ଷାରେ ନଦୀରେ ପାଣି ବଢ଼ିବାରେ ଲାଗିଛି । ହେକ୍ଟର ହେକ୍ଟର ଚାଷଜମି ଉପରେ ପାଣି ଜମି ରହିଥିବାରୁ ଚାଷୀମାନେ ମୁଣ୍ଡରେ ହାତଦେଇ ବସିଛନ୍ତି । ବିଡ଼ିଓଙ୍କ ପରାମର୍ଶ କ୍ରମେ ଲୋକମାନଙ୍କ ସୁରକ୍ଷା ପାଇଁ ଉଚ୍ଚ ସ୍ଥାନରେ ରହିବା ଖାଇବାର ବ୍ୟବସ୍ଥା କରାଯାଇଛି । ବନ୍ୟା ଆସିବାର କାରଣ ନଦୀବନ୍ଧ ଗୁଡିକ ପଥର ପେକିଙ୍ଗ୍ ନ ଥିବାରୁ ନଦୀ କୁଳ ଖାଇ ଖାଇ ଯାଉଛି ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.