ବାଙ୍କୀ, (ନାଗରାଜ ନ୍ୟୁଜ): ଲଗାଣ ବର୍ଷା ଯୋଗୁଁ ମହାନଦୀରେ ବନ୍ୟା । ବାଙ୍କୀ ଘୋଡ଼ାବାର ନିକଟ ହୁଳୁହୁଳା ପୋଲ ଉପରେ ୪ ଫୁଟର ବନ୍ୟା ଜଳ ପ୍ରବାହିତ । ଗମନାଗମନ ଠପ । ବାଙ୍କୀ ଓ ତିଗିରିଆ ବ୍ଲକର ୭ରୁ ଉର୍ଦ୍ଧ ପଞ୍ଚାୟତ ବାହ୍ୟ ଜଗତରୁ ବିଛିନ୍ନ । ଏହି ପୋଲ ଦେଇ ବାଙ୍କୀ ଓ ତିଗିରିଆର ସତଖଣ୍ଡରୁ ଉର୍ଦ୍ଧ ପଂଚାୟତର ଲୋକେ ଯାତାୟାତ କରିବା ସହ ଆଠଗଡ଼ ବଦମ୍ଭା ନରସିଂହପୁର ଅଂଚଳର ଲୋକେ ମଧ୍ୟ ଯାତାୟାତ କରିଥାନ୍ତ । ତାହା ଏବେ ଯିବା ଆସିବା କରିବା ବନ୍ଦ ହୋଇଯାଇଛି । ସ୍ଥାନୀୟ ଅଞ୍ଚଳର ଲୋକେ ବିଭିନ୍ନ କାର୍ଯ୍ୟରେ ବିପଦ ପୂର୍ଣ ମଧ୍ୟରେ ପୋଲ ଉପରେ ପ୍ରଭାବିତ ହେଉଥିବା ୪ ଫୁଟର ବନ୍ୟାଜଳ ଭିତରେ ପଶି ବିପଦପୂର୍ଣ୍ଣ ଭାବରେ ଯିବା ଆସିବା କରୁଛନ୍ତି ।
ଯଦି ଏଭଳି ଭାବେ ମହାନଦୀରେ ଜଳସ୍ତର ବୃଦ୍ଧି ହୁଏ ତେବେ ସଂଧ୍ୟା ମଧ୍ୟରେ ଏହି ପୋଲ ଦେଇ ସମ୍ପୂର୍ଣ୍ଣ ଯାତାୟାତ ହୋଇଯିବ ଠପ । ବାରମ୍ବାର ସ୍ଥାନୀୟ ଅଧିବାସୀମାନଙ୍କ ପକ୍ଷରୁ ପୋଲର ଉଚ୍ଚତାକୁ ନେଇ ସରକାରଙ୍କ ନିକଟରେ ଦାବି ହୋଇଥିଲେ ସୁଦ୍ଧା ମିଳିନାହିଁ କୌଣସି ସୁଫଳ ବୋଲି ହୋଇଛି ଅଭିଯୋଗ । ଏବେ ଖବର ପାଇ ଘଟଣା ସ୍ଥଳେ ଢେଙ୍କାନାଳ ଡିଭିଜନର ପୂର୍ତ୍ତ ବିଭାଗ ଅଧିକାରୀ ଅଶୋକ କୁମାର ଗିରି ପହଁଚି ଏହି ହୁଳୁହୁଳା ପୋଲର ସ୍ଥିତି ପରଖିବା ସହିତ ଯଥାଶୀଘ୍ର ଏକ ନୂତନ ବ୍ରିଜର ନିର୍ମାଣ ସହିତ ରାସ୍ତାର ଉଚ୍ଚତା ବଢାଯିବ ବୋଲି ଦେଲେ ସୂଚନା । ଆଗକୁ ଯଦି ମହାନଦୀ ବଢେ ହୁଳୁହୁଳା ପୋଲ ଉପରେ ଅଧିକ ପାଣି ପ୍ରବାହିତ ହୁଏ ତେବେ ସମ୍ପୂର୍ଣ୍ଣ ଭାବେ ଗମନାଗମନ ଠପ ହେବା ସହ ମେଡିକାଲ ସ୍କୁଲ ଆଦି ଜରୁରୀ କାଳୀନ ସେବା ବନ୍ଦ ହୋଇଯିବ । ଏଥିପ୍ରତି ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ବୋଟ କିମ୍ବା ଦଙ୍ଗାର ବ୍ୟବସ୍ଥା କରିବାକୁ ଦାବି ।