ଓଡ଼ିଶାର ପ୍ରଥମ ଥର ନନ୍ଦନକାନନରେ ବହୁତଳ ଗାଡ଼ି ରହଣି ସ୍ଥଳର ଶୁଭ ଉଦଘାଟନ

ଭୁବନେଶ୍ୱର, (ନାଗରାଜ ନ୍ୟୁଜ): ନନ୍ଦନକାନନ ପ୍ରାଣୀ ଉଦ୍ୟାନ ରେ ନୂତନ ଭାବେ ପ୍ରଥମ ଥର କରାଯାଇଥିବା ବହୁତଳ ଗାଡ଼ି ରହଣି ସ୍ଥଳକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  ନନ୍ଦନକାନନରେ ବୁଲିବାକୁ ଆସୁଥିବା ପର୍ଯ୍ୟଟକ ସେମାନଙ୍କ ବିଭିନ୍ନ ଯାନ ଗୁଡ଼ିକ ରଖିବାକୁ ହଇରାଣ ହେଉଥିଲେ । ରାସ୍ତା କଡ଼ରେ ରଖିବାକୁ ପଡୁଥିଲା । ଏବେ ଆଉ ହଇରାଣ ହେବେନି ପର୍ଯ୍ୟଟକ ।  35 କୋଟିରୁ ଉର୍ଦ୍ଧ ଟଙ୍କା ବ୍ୟୟରେ 3 ମହଲା ବିଶିଷ୍ଟ ବହୁତଳ ପାର୍କିଂ କରାଯାଇଛି ।  ପ୍ରତ୍ୟେକ ମହଲା 5600 ସହ ବର୍ଗ ମିଟର ପ୍ରତି ରହଣି ସ୍ଥଳରେ 583 ଟି ଚାରି ଚକିଆ ଯାନ ରହି ପାରିବ ।  ଏଥି ସହିତ ଚତୁପାର୍ଶ୍ଵରେ 2000 ଦୁଇ ଚକିଆ ଯାନ ରହି ପାରିବ ।  ଏହାର ପରିବେଶକୁ ସୌନ୍ଦର୍ଯ୍ୟ କରଣ କରାଯାଇଛି । ରହଣି ସ୍ଥଳରେ ଟିକେଟ ଗୃହ, ପାନୀୟ ଜଳ,  ସିସିଟିଭି, ଅଗ୍ନିନିର୍ବିପ।କ ଯନ୍ତ୍ର, ଟୟ ଲେଟ୍, କଇଁ ପୁଷ୍କରଣୀ ଆଦି ସୁବିଧା କରାଯାଇଛି । କେବଳ 6ଘଣ୍ଟା ଗାଡ଼ି ରଖିବା ପାଇଁଁ 4 ଚକିଆ ଯାନ ମୂଲ୍ୟ 50 ଟଙ୍କା, ଅଟୋ 30 ଟଙ୍କା, ବାଇକି 20 ଟଙ୍କା,ସାଇକେଲ 5ଟଙ୍କା, ବସ 70 ଟଙ୍କା ରଖାଯାଇଛି । ଉଦଘାଟନୀ ଉତ୍ସବରେ ଜଙ୍ଗଲ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖୁ, ସ୍ଥାନୀୟ ବିଧାୟକ ,ସମସ୍ତ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published.