ବାଲେଶ୍ବର,(ନାଗରାଜ ନ୍ୟୁଜ): ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ଶ୍ଯାମସୁନ୍ଦରପୁର ପଞ୍ଚାୟତର ଶ୍ରୀରାମପୁର ଅଙ୍ଗନବାଡି କେନ୍ଦ୍ର ପରିସରରେ ଗତ ତା ୧୫/୫/୨୨ରିଖ ରବିବାର ଦିନ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହାକୁ ସରପଞ୍ଚ ବନିତା ପ୍ରଧାନ ଫିତାକାଟି ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମର ଆୟୋଜକ ଥିଲେ ମା ଘଣ୍ଟବାସୁଳୀ ଉଡାଯାତ୍ରା କମିଟି ଏବଂ ମା ଶ୍ରୀରାଦେବୀ ପୋର୍ଟସ୍ ଆସୋସିଏସନ । ସହାୟତା କରିଥିଲେ ବାଲେଶ୍ବରର କେୟାର ନେତ୍ରମ୍ ଅନୁଷ୍ଠାନର ଭିଜନ ଟେକନସିଆନ ପି କେ ସୁନ୍ଦରମ୍ ଏବଂ ସାଥୀମାନେ । ଏହି କାର୍ଯ୍ୟକ୍ରମ ଦିନ ୧୦ ଘଟିକାରୁ ଆରମ୍ଭ ହୋଇ ଅପରାହ୍ନ ୪ ଘଟିକା ପର୍ଯ୍ୟନ୍ତ ଚାଲିଥିଲା । ଏଥିରେ ମୋଟ ୫୨ ଜଣଙ୍କର ମାଗଣା ଚକ୍ଷୁ ପରୀକ୍ଷା କରାଯାଇ ୧୩ ଜଣଙ୍କୁ ଚଷମା ଦିଆଯାଇଥିଲା ଏବଂ ୧୨ ଜଣଙ୍କୁ ମୋତିଆବିନ୍ଦୁ ଅପରେସନ ପାଇଁ ପରାମର୍ଶ ଦିଆଯାଇଥିଲା । ଶିବିର ପରିଚାଳନାରେ ସହଯୋଗ କରିଥିଲେ ଉଡାଯାତ୍ରା କମିଟି ଓ ପୋର୍ଟସ୍ ଆସୋସିଏସନର କର୍ମକର୍ତ୍ତାମାନେ । ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଯୁବ ସମାଜସେବୀ ବିଶ୍ବଭୂଷଣ ପ୍ରଧାନ ସମସ୍ତ ଦାୟିତ୍ୱ ସୁଚାରୁ ରୂପେ ସମ୍ପାଦନ କରିବା ସହିତ ଆଗାମୀ ଦିନରେ ଏହିଭଳି ସମାଜସେବା କାର୍ଯ୍ୟକ୍ରମ ଜାରି ରହିବ ବୋଲି ଗଣମାଧ୍ୟମକୁ କହିଥିଲେ । ଏଭଳି ସମାଜସେବା କାର୍ଯ୍ୟକ୍ରମକୁ ସମ୍ପୃକ୍ତ ଅଞ୍ଚଳବାସୀ ବହୁ ପ୍ରଶଂସା କରିଥିଲେ ।
ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ