ନ୍ୟାୟ ନମିଳିବାରୁ ବାରମ୍ବାର ଆତ୍ମହତ୍ୟା ଉଦ୍ୟମ

ଢେଙ୍କାନାଳ, (ନାଗରାଜ ନ୍ୟୁଜ): ଢେଙ୍କାନାଳ ଜିଲ୍ଲା ପାଳଙ୍କ କାର୍ଯ୍ୟlଳୟ ସମ୍ମୁଖରେ ଜଣେ ମହିଳା ଙ୍କ ଆତ୍ମ ହତ୍ୟା ଉଦ୍ୟମ କରିଛନ୍ତି । ତିନି ମାସ ମଧ୍ୟରେ ଏହି ମହିଳା 2ୟ ଥର ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ବାରମ୍ବାର ଜିଲ୍ଲା ପ୍ରଶାସନ ର ଓ ପୋଲିସ ର ଦ୍ୱାରସ୍ଥ ହୋଇ ନ୍ୟାୟ ପାଇବାରୁ ବଞ୍ଚିତ ହେବା ପରେ ଏହି ମହିଳା ଦ୍ଵିତୀୟ ଥର ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ କୋଇଲିପଙ୍ଗି ନିକଟରରେ ସସ୍ମିତା ରାଉତ ନାମକ ଜଣେ ନିରାଶ୍ରୟମହିଳା ଏକ ଚାଳ ଘରକରିରହୁଛନ୍ତି । ତାଙ୍କର କିଛି ପଡୋଶୀ ତାଙ୍କୁ ବାରମ୍ବାର ହଇରାଣ କରୁଥିବା ବେଳେ ପୋଲିସ ତାକୁ ସାହାଯ୍ୟ କରୁନାହିଁ । ଏଥିରେ ଅତିଷ୍ଟ ହୋଇ ସେ ତିନି ମାସ ତଳେ ସେ ଜିଲ୍ଲା ପାଳଙ୍କ କାର୍ଯ୍ୟlଳୟ ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏହାପରେ ମଧ୍ୟ ସମସ୍ୟର ସମାଧାନ ହୋଇ ନଥିବାରୁ ସେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟlଳୟ ସମ୍ମୁଖରେ ବୋତଲ ଭାଙ୍ଗି ହାତ ଓ ବେକ କାଟି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ତେବେ ଟାଉନ ଥାନା ପୋଲିସ ଉକ୍ତ ମହିଳାଙ୍କୁ ଉଦ୍ଧାର କରି ଥାନାକୁ ନେଇଛନ୍ତି ।

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ 

Leave a Reply

Your email address will not be published.