ବିଦ୍ୟାଳୟର ପାଇଖାନା ସଫା କଲେ ଗଗନଧୂଳି ସରପଞ୍ଚ, ସମିତି ସଭ୍ୟ ଓ ମନ୍ତ୍ରୀଙ୍କ ପ୍ରତିନିଧି

ଖଇରା, (ନାଗରାଜ ନ୍ୟୁଜ): ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ଗଗନଧୂଳି ପଂଚାୟତ ର ସରପଞ୍ଚ ସମିତି ସଭ୍ୟା ଓ ବିଧାୟକଙ୍କ ପ୍ରାର୍ଥୀ ପାଇଖାନା ସଫା କଲେ । ଓଡିଆ ଭାଷା , ସାହିତ୍ୟ , ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ନିତି ଆର୍ଦଶରେ ଅନୁପ୍ରାଣିତ ହୋଇ ପଂଚାୟତ ଅଧୀନରେ ଥିବା ପହରାଜପୁର ୟୁଜି ୟୁପି ବିଦ୍ୟାଳୟ , ନୀଳାମ୍ବର ହାଇସ୍କୁଲ , ଗଣ୍ଡୁଆ ପ୍ରାଥମିକ ବିଦ୍ୟାଳୟ ରଫାୟତପୁର ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ଗଗନଧୂଳି ପଂଚାୟତ ର ସରପଞ୍ଚ ମଦନ ସାମନ୍ତରାୟ , ସମିତି ସଭ୍ୟା ଗୀତାଞ୍ଜଳି ଜେନା , ସିମୁଳିଆ ବିଧାୟକ ତଥା ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କର ପ୍ରତିନିଧି କରୁଣା କର ଜେନା , ଅମୂଲ୍ୟ ରାଉତ , କାହ୍ନୁଚରଣ ପାକଳ , ମନୋଜ ରାଉତ , ମଦନ ବେହେରା , ସରୋଜ ପଣ୍ଡା , ମୂରଳୀ ଧର ସାହୁ , ବୁଲୁ ସାହୁ , ଶୁକୁନ ଜେନା , ଦେବାଶିଷ ପଣ୍ଡା , ଚିତରଞ୍ଜନ ପତି ପ୍ରମୁଖ ରହି ବିଦ୍ୟାଳୟର ପାଇଖାନା ସଫା କରିଥିଲେ । ଏହା ଦ୍ବାରା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି ହୋଇ ନିୟମିତ ବିଦ୍ୟାଳୟକୁ ସଫାସୁତୁରା ରଖିବା ପାଇଁ ଚେଷ୍ଟା କରିବେ ।

ବାଲେଶ୍ବର ଜିଲ୍ଲା ଖଇରା ରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published.