ପୁରୀ, (ନାଗରାଜ ନ୍ୟୁଜ): ୭୫ ତମ ସ୍ୱାଧୀନତାର ଅମୃତ ମହୋତ୍ସବ ସମିତି ପୁରୀ ନଗର ବୁଦ୍ଧିଜୀବୀ ସଙ୍ଗୋଷ୍ଠୀ ପକ୍ଷରୁ ଏକ ସାଧାରଣ ସଭା ସ୍ଥାନୀୟ ଘୋଡ଼ାବଜାର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରଦୀପ ପ୍ରଜ୍ୱଳନ ପରେ ଇତିହାସ ସଂକଳନ ସମିତି ପୂର୍ବକ୍ଷେତ୍ର ସଂଗଠନ ମନ୍ତ୍ରୀ ଶ୍ରୀମାନ କମଳେଶ ଦାସ ବର୍ତ୍ତମାନ ଇତିହାସର ଯଥେଷ୍ଟ ଆବଶ୍ୟକ ବୋଲି କହିଥିଲେ । ମଞ୍ଚରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ବିଭାଗ ସଂଘ ଚାଳକ ମନୋରଞ୍ଜନ ସାହୁ, ଶ୍ରୀ ଜଗନ୍ନାଥ ବିଶ୍ଵ ବିଦ୍ୟାଳୟ କୁଳପତି ପ୍ରଫେସର ହରିହର ହୋତା, ସମିତି ସଂଯୋଜକ ରାଜକିଶୋର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । କାର୍ୟ୍ୟକ୍ରମ ପରିଚାଳନା କରିଥିଲେ ବାମଦେବ ନାୟକ ଏବଂ ଧନ୍ୟବାଦ୍ ଅର୍ପଣ କରିଥିଲେ ବିକାଶ ଦତ୍ତ । ଏହି କାର୍ୟ୍ୟକ୍ରମରେ ବୁଦ୍ଧିଜୀବୀ ମାତୃ ସଂଗୋଷ୍ଠୀ ଉପସ୍ଥିତ ଥିଲେ । ବିଶ୍ୱହିନ୍ଦୁ ପରିଷଦ, ଶିକ୍ଷା ବିକାଶ ସମିତି, ବଜରଙ୍ଗ ଦଳ, ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର କାର୍ୟ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ ।