ଗୋ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକର କରମୂଳ ଗ୍ରାମ ପଞ୍ଚାୟତ ଅଧିନ ଅଶ୍ୱଖୋଲା ସ୍ଥିତ ଐରା ସଂଗଠନ ପରିସରରେ ଏକ ଗୋସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି ଉକ୍ତ ସଚେତନା କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ପ୍ରାଣୀଧନ ନିରୀକ୍ଷିକ ଗଙ୍ଗାଧର ପରିଡ଼ା ଯୋଗଦେଇ ଗୋ ପଶୁପକ୍ଷୀ ମାନଙ୍କର ରୋଗ ଓ ତାହାର ନିରାକରଣ ପାଇଁ ଉପ ସ୍ଥିତ ଜନସାଧାରଣ ମାନଙ୍କୁ ବୁଝାଇ ଥିଲେ ବର୍ଷା ଦିନେ ଗୋରୁ ଗାଈ ମାନଙ୍କ ଠାରେ ସୃଷ୍ଟି ହେଉଥିବା ଫାଟୁଆ ବଜବଜିଆ ଓ ବର୍ତ୍ତମାନ ସମୟରେ ଗାଈ ଗୋରୁ ମାନଙ୍କୁ ଚର୍ମ ବିଣ୍ଡି ରୋଗ ବ୍ୟାପୀଥିବାର ପ୍ରକାଶ କରିଥିଲେ ଓ ତାହାର ପୂର୍ଣ୍ଣ ପ୍ରତିକାର ପାଇଁ ଜନସାଧାରଣ ମାନଙ୍କୁ ସଚେତନ କରିବା ସହିତ ମୂଲ୍ୟବାନ ପରାମର୍ଶ ଦେଇଥିଲେ ଉକ୍ତ ବୈଠକରେ ସମାଜ ସେବୀ ପ୍ରଦ୍ୟୁମ୍ନ କୁମାର ପଣ୍ଡା ଅଂଶ ଗ୍ରହଣ କରି ପ୍ରାଣୀଧନ ନିଭାଗର ନିରୀକ୍ଷିକ ଓ ଐରା ଅନୁଷ୍ଠାନ ର ମିଳିତ ଉକ୍ତ କାର୍ଯ୍ୟକ୍ରମଟିକୁ ଉଚ୍ଚ ପ୍ରଶଂସା କରିଥିଲେ ଗ୍ରାମାଅଞ୍ଚଳ ମାନଙ୍କରେ ପ୍ରତିଦିନ ସହସହ ସଂଖ୍ୟରେ ବୁଲୁଥିବା ଷଣ୍ଢ ଗାଈ ଗୋରୁ ତଥା ଅନ୍ୟ ପଶୁ ପକ୍ଷୀ ମାନଙ୍କର ସୁରକ୍ଷା ସ୍ୱାସ୍ଥ୍ୟ ସେବା ପାଇଁ ଐରା ଅନୁଷ୍ଠାନ ଏହି କାର୍ଯ୍ୟକ୍ରମ କୁ ସଫଳତା ଭାବରେ ନିର୍ବାହ କରୁଥିବା ନେଇ ଉକ୍ତ ଅଞ୍ଚଳବାସୀ ଙ୍କ ପକ୍ଷରୁ ଏହାକୁ ସ୍ୱାଗତ କରିଥିଲେ .

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published.