ରାଜ୍ୟ ସ୍ତରୀୟ ଆଦିବାସୀ ଭବନ ଏବଂ ରାଜ୍ୟ ଶବର କମ୍ୟୁନିଟି ସେଣ୍ଟର ନିର୍ମାଣ ପାଇଁ ଭୂମି ପୂଜନ ଅନୁଷ୍ଟିତ ହୋଇଯାଇଅଛି


ଭୁବନେଶ୍ୱର: ଭୁବନେଶ୍ୱର ନନ୍ଦନ କାନନ ନିକଟସ୍ଥ ଭାଲୁଙ୍କା ସର୍ବଧର୍ମ ସମନ୍ୱୟ ଶ୍ରୀ ଶ୍ରୀ ମହାସିଦ୍ଧ ନୀଳପଦ୍ମ ଆଶ୍ରମ ପରିସରରେ ରାଜ୍ୟ ଆଦିବାସୀ ଭବନ ଏବଂ ରାଜ୍ୟ ଶବର କମ୍ୟୁନିଟି ସେଣ୍ଟର ନିର୍ମାଣ ପାଇଁ ଭୂମି ପୂଜନ ହୋଇଯାଇଛି । ପବିତ୍ର ରଥଯାତ୍ରା ପୁଣ୍ୟ ତିଥିରେ ନୀଳପଦ୍ମ ଆଶ୍ରମର ଅଧ୍ୟକ୍ଷ ତଥା ବିଶ୍ୱାବସୁ ଶବର ବଂଶଜ ଶବର କୁଳ ଶିରୋମଣୀ  ଶବର ସମ୍ପ୍ରଦାୟ ର ପରମପୁ ଜ୍ୟ ଶ୍ରୀ ଶ୍ରୀ ଶ୍ରୀ ଟିକି ବାବା ଭୂମିପୂଜନ କରିଥିଲେ ।ଓଡିଶା ରାଜ୍ୟରେ ପନ୍ଦର ଲକ୍ଷ ଶବର,ସଅର, ସହରା, ସଓରା, ସଉରା, ଆର୍ଶୀ ସାଓରା,ବସେଡ ସାଓରା, ଭୀମ ସାଉରା ଭୀମ୍ମା ସାଓରା, ଚୁମୁରା ସାଓରା, ଜାରା ଶବର, ଯଦୁ ସାଓରା, ଯତି ସାଓରା, ଜୁଆରି ସାଓରା, କମ୍ପ ସାଓରା, କମ୍ପୁ ସାଓରା, କପ ସାଓରା, କିଣ୍ଡାଲ ସାଓରା କୁମ୍ବି କଂଚେର ସାଓରା, କଳାପୀଠିଆ ସାଓରା, କିରାତ ସାଓରା, ଲାଞ୍ଜିଆ ସାଓରା, ଲମ୍ବା ଲାଞ୍ଜିଆ ସାଓରା, ଲୁଆରା ସାଓରା, ଲୁଆର ସାଓରା, ଲରିଆ ସାଓରା, ମଲ୍ଲ ସାଓରା, ମଲିଆ ସାଓରା, ଓଡ଼ିଆ ସାଓରା, ରାଇକା ସାଓରା, ଶୁଦ୍ଦ ସାଓରା, ସର୍ଦା ସାଓରା, ଟଙ୍କଲା ସାଓରା ଓ ପତ୍ର ସାଓରା ମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ବିକାଶ ପାଇଁ ଏକଜୁଟ ହୋଇ କାର୍ଯ୍ୟ କରିବାକୁ ଏହି ରାଜ୍ୟ ସ୍ତରୀୟ କମ୍ୟୁନିଟି ସେଣ୍ଟର ସହାୟକ ହେବ ।

ରାଜ୍ୟର ଆଦିବାସୀ ଏବଂ ଶବର ସମାଜ ଳର ଛାତ୍ରଛାତ୍ରୀ ମଧ୍ୟ ଉକ୍ତ ଭବନରେ ରହି ପାଠ ପଢିବା ସୁଯୋଗ ପାଇବେ । ରାଜ୍ୟର ତିରିଶଟି ଜ଼ିଲ୍ଲାର ଆଦିବାସୀ ଏବଂ ଶବର ସମାଜ ର ଲୋକ ବିଭିନ୍ନ କାର୍ଯ୍ୟ ପାଇଁ ରାଜଧାନୀକୁ ଆସି ରହିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ରାଜ୍ୟ ସ୍ତରୀୟ ଆଦିବାସୀ ଭବନ ଏବଂ ରାଜ୍ୟ ସ୍ତରୀୟ ଶବର ଭବନ ନିର୍ମାଣ ହେଲେ ସମାଜର ସମସ୍ତ ଭାଇ ଭଉଣୀ ଏବଂ ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ ବୋଲି ଭୂମିପୂଜନ ଉତ୍ସବରେ ମତବ୍ୟକ୍ତ କରିଥିଲେ ।

Leave a Reply

Your email address will not be published.