କଟକ ସହରର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଗୁରୁଦିବସ ପାଳିତ

କଟକ,(ନାଗରାଜ ନ୍ୟୁଜ): ଆଜି ପବିତ୍ର ଗୁରୁଦିବସ ।ଭାରତୀୟ ସଂସ୍କୃତି ରେ ଗୁରୁ ଶିଷ୍ୟ ପରମ୍ପରାର ପ୍ରତୀକ ହେଉଛି ଗୁରୁଦିବସ । ସହରର ବିଭିନ୍ନ ଶିକ୍ଷାନୁଷ୍ଠାନ ରେ ଆଜି ଗୁରୁଦିବସ ପାଳନ କରାଯାଇଛି । ଏଥିପାଇ ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁଡିକ ଚଳଚଞ୍ଚଳ ହୋଇ ଉଠିଛି । ଶିକ୍ଷାନୁଷ୍ଠାନ ର ଛାତ୍ର ଛାତ୍ରୀ ମାନେ ପାରମ୍ପରିକ ରୀତିରେ ଗୁରୁଙ୍କୁ ପୂଜା ଅର୍ଚନା କରିଥିଲେ ।ଏକ ସୁସ୍ଥ ଆଦର୍ଶ ପରିବେଷ ମଧରେ ଗୁରୁ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା ।କଟକ ର ରେଭେନ୍ସା କଲେଜିଏଟ ସ୍କୁଲ ରେଭେନ୍ସା ବାଳିକା ବିଦ୍ୟାଳୟ, ପ୍ୟାରୀ ମୋହନ ଏକାଡେମୀ,ବିଦ୍ୟାଧରପୁର ବାଳିକା ବିଦ୍ୟାଳୟ, ଭକ୍ତ ମଧୂ ବିଦ୍ୟା ପିଠ,ବିଭିନ୍ନ ସରସ୍ଵତୀ ଶିଶୁମନ୍ଦିର ଓ ପ୍ରମୂଖ ବିଦ୍ୟାଳୟ ଗୁଡିକରେ ଛାତ୍ର ଛାତ୍ରୀ ମାନେ ପାରମ୍ପରିକ ରୀତିରେ ପୂଜା ଅର୍ଚନା କରିବା ସହ ଗୂରୁ ଙ୍କର ଆଶିର୍ବାଦ ଭିକ୍ଷା କରିଥିଲେ । ଏଥି ସହିତ ଭାରତର ପୂର୍ବତନ ରାଷ୍ଟ୍ର ପତି ସର୍ବ ପଲ୍ଲୀ ରାଧାକୃଷ୍ଣନ ଙ୍କର ଫଟୋଚିତ୍ର ରେ ମାଲ୍ୟାର୍ପଣ କରି ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । କେତେକ ଶିକ୍ଷାନୁଷ୍ଠାନ ରେ ଗରୁ ଦିବସ ଅବସରରେ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା ।ଏହି କାର୍ଯ୍ୟକ୍ରମ ରେ ଅତିଥି ମାନେ ସର୍ବ ପଲ୍ଲୀ ରାଧାକୃଷ୍ଣନ ଙ୍କର ସ୍ମୃତିଚାରଣ କରିବା ସହ ଶିକ୍ଷକ, ଶିକ୍ଷୟତ୍ରୀ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଏକ ସୁନ୍ଦର ଭବିଷ୍ୟତ ଗଠନ ରେ ସହାୟକ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ଗୁରୁ ପୂଜା ଭାରତୀୟ ପରମ୍ପରାର ଆଦର୍ଶ ।୧୯୬୨ ମସିହାରୁ ଭାରତବର୍ଷର ବିଶିଷ୍ଠ ଦାର୍ଶନିକ, ଶିକ୍ଷକ ଏବଂ ସ୍ବାଧୀନ ଭାରତର ୨ୟ ରାଷ୍ଟ୍ର ପତି ଡ,ସର୍ବ ପଲ୍ଲୀ ରାଧାକୃଷ୍ଣନ ଙ୍କର ଜନ୍ମ ଦିବସ ଅବସରରେ ପ୍ରତି ବର୍ଷ ସେପ୍ଟେମ୍ବର ୫ ତାରିଖ ଦିନ ସମଗ୍ର ଦେଶରେ ଗୁରୁଦିବସ ପାଳନ କରାଯାଉଛି ଏହି ମହାନ ଦାର୍ଶନିକ ୧୮୮୮ ମସିହା ସେପ୍ଟେମ୍ବର ୫ ତାରିଖ ଦିନ ଜନ୍ମ ଗ୍ରହଣ କରିଥିଲେ ଏହି ଦିବସ କୁ ସ୍ମରଣ କରାଯାଇ ଆଜି କଟକ ସହରର ବିଭିନ୍ନ ଶିକ୍ଷାନୁଷ୍ଠାନ ରେ ଗୁରୁଦିବସ ପାଳନ କରାଯାଇଛି ।

Leave a Reply

Your email address will not be published.