ଅଭଡ଼ା ଖାଇ ଛାଡ଼ଖାଇ ପାଳନ କରୁଛନ୍ତି ହବିଷିଆଳି

ପୁରୀ, (ନାଗରାଜ ନ୍ୟୁଜ ): କୁମାର ପୂର୍ଣ୍ଣିମା ଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ଏହାକୁ ଧର୍ମର ମାସ ରୂପେ କୁହାଯାଏ । ଏହି ମାସରେ ଲୋକେ ହବିସ କରନ୍ତି । ପୂର୍ଣ୍ଣିମା ପରେ ଆସେ ଛାଡ଼ଖାଇ ପର୍ବ । ଆଜି ହେଉଛି ସେହି ଛାଡ଼ଖାଇ ପର୍ବ । ଛାଡ଼ଖାଇ ପର୍ବରେ ହବିଷିଆଳି ମାନେ କାର୍ତ୍ତିକ ବ୍ରତ ସାରି ସାଧାରଣ ଭୋଜନ କରିବେ । କିଛି ଲୋକେ ଆମିଷ ଖାଉଛନ୍ତି । ଆଉ କିଛି ଲୋକେ ଅଭଡ଼ା ଖାଇ ଛାଡ଼ଖାଇ ପାଳନ କରୁଛନ୍ତି । ଗତକାଲି କାର୍ତ୍ତିକ ପୂର୍ଣ୍ଣିମା ଯୋଗୁ ଶ୍ରୀମନ୍ଦିର ବନ୍ଦ ଥିବାରୁ ଆଜି ଭକ୍ତଙ୍କୁ ଦର୍ଶନ ପାଇଁ ଅନୁମତି ମିଳିଛି । ଶ୍ରୀଜିଙ୍କୁ ଦର୍ଶନ ନିମନ୍ତେ ଭକ୍ତଙ୍କ ଭିଡ ଲାଗିଛି । ଆସନ୍ତାକାଲି ରବିବାର ପଡୁଥିବାରୁ ସାଧାରଣ ଦର୍ଶନ ବନ୍ଦ ରହିଛି ।

Leave a Reply

Your email address will not be published.