ବାରଙ୍ଗ,(ନାଗରାଜ ନ୍ୟୁଜ): ନନ୍ଦନକାନନରେ ହସ୍ତୀ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ନନ୍ଦନକାନନ କର୍ତୁପକ୍ଷ ତଥା ନନ୍ଦନକାନନ ଉପନିର୍ଦ୍ଦେଶକ ସଂଜିତ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସେ ହାତୀ ଓ ମଣିଷ ମଧ୍ୟରେ ସୁସମ୍ପର୍କ ସ୍ଥାପନ କରି ହାତୀ ବଂଶକୁ ସୁରକ୍ଷା ଦେବାର ବାର୍ତ୍ତା ଦେଇଥିଲେ । ଏଥିସହ ମୁଖ୍ୟ ଅତିଥିଭାବେ ଓଡ଼ିଶା ସରକାରଙ୍କ ବନ ସଂରକ୍ଷକ କେଦାର କୁମାର ସ୍ଵାଇଁ ଯୋଗ ଦେଇଥିଲେ । ହାତୀ ପ୍ରେମା, ବାସନ୍ତି , ହୀରା ଓ ମାମାଙ୍କୁ ଫଳ ଖୁଆଇ ଏହାର ଶୁଭାରମ୍ଭ କରିଥିଲେ । ପରେ ଅଧିକାରୀ ଓ କର୍ମଚାରୀ ମାନେ ହାତୀମାନଙ୍କୁ କଦଳୀ, ସେଓ, ଆଖୁ ଓ ତରଭୂଜ ପ୍ରଭୃତି ସୁସ୍ଵାଦୁ ଫଳ ଖୁଆଇ ଆପ୍ୟାୟିତ କରିଥିଲେ। ମାହୁନ୍ତ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ହାରପେସ ଭାଇରସ ଭୟରେ ଛୋଟ ହାତୀ ମାମାକୁ ଅନ୍ୟ ବଡଙ୍କ ଠାରୁ ଅଲଗା କରି ପାଳନ କରାଯାଇଛି। ବଡ ପ୍ରେମା , ବାସନ୍ତି ଓ ହୀରାଙ୍କୁ ଫଳ ଖୁଆଇଥିଲେ ଅତିଥିମାନେ । ଏହି ଅବସରରେ ଆୟୋଜନ କରାଯାଇଛି ଦସ୍ତଖତ ଅଭିଯାନ, ଅନଲନ୍ ଓ ଅଫଲାଇନ କୁଇଜ,ଚିତ୍ରାଙ୍କନ ,ଶ୍ଳୋଗାନ ପ୍ରତିଯୋଗୀତା ।