ରାସ୍ତା ପାଇଁ ହୀନସ୍ତା ଅଞ୍ଚଳବାସୀ

ଖଇରା,(ନାଗରାଜ ନ୍ୟୁଜ): ସ୍ୱାଧୀନତା ର 75ବର୍ଷ ପରେ ବି ଗାଁକୁ ରାସ୍ତା ଖଣ୍ଡେ ହୋଇପାରୁନି . ଏଠି ରାଜ୍ୟ ସରକାର ଙ୍କର ଆମ ଗାଁ, ଆମ ବିକାଶ ଯୋଜନା ଫେଲ ମାରିଛି . ଆପଣ ଦେଖୁଥିବା ଦୃଶ୍ୟ ଟି ହେଉଛି, ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ଶ୍ୟାମସୁନ୍ଦର ପୁର ପଂଚାୟତ ଅଧୀନରେ ଥିବା ସାବୁଜା ପୁର ଗ୍ରାମର ରାସ୍ତା . ଯାହା କି ଅସୁଳାଏ ବର୍ଷା ହେଲେ ଘରୁ ବାହାରିବା କଷ୍ଟକର . ପୁଣି ରାତି ଅଧରେ ଆମ୍ବୁଲାନ୍ସ ଆସିବା ତ ଦୂରର କଥା . ପିଲାମାନେ ସ୍କୁଲ ଯିବାକୁ ତ ନାନା ପ୍ରକାର ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି . ପୁଣି ଏହି ରାସ୍ତା ଟି ଖମୁକୁଟ ପିକିନିକି ସ୍ଥାନ, ତଥା ନୀଳଗିରି ରାଜା ଙ୍କର ଐହିତ୍ୟ କିମ୍ବଦନ୍ତୀ କୁ ସଂଯୋଗ କରୁଛି . ସୂଚନାଅନୁଯାୟୀ ଏବେ ରାସ୍ତାରେ ଜିଓ ଟେକିଙ୍ଗୀ ଚାଲିଛି . କେବେ ବଦଳି ବ ସାବୁଜା ପୁର ର ଗ୍ରାମ ର ରାସ୍ତା . ଲୋକମାନଙ୍କ ମତ ଅନୁଯାଇ ସ୍ଥାନୀୟ ପ୍ରଶାସନ ଠୁଁ ଆରମ୍ଭ କରି, ନୀଳଗିରି ବିଧାୟକ ଙ୍କୁ ବାରମ୍ବାର ଜଣାଇ ଥିଲେ ବି ଘୋର ନିଦ୍ରାରେ ପ୍ରଶାସନ . ତେଣୁ ତୁରନ୍ତ ଉକ୍ତ ରାସ୍ତା କୁ ବିଭାଗୀୟ କତୃପକ୍ଷ ନଜର କୁ ଆଣି ନୂତନ କରଣ କରି ନିର୍ମାଣ କରିବାକୁ ସାଧାରଣ ଦାବି କରାଯାଇଛି . ଯଦି ପ୍ରଶାସନ ଦ୍ୱାରା କୌଣସି ପଦକ୍ଷେପ ନ ନିଆଯାଏ ତାହେଲେ ଆନ୍ଦୋଳନର ଉଗ୍ରରୂପ ହେବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି .

ବାଲେଶ୍ଵର ଜିଲ୍ଲା ରୁ ଲୋଚନ ରାଉତ ଙ୍କ ରିପୋର୍ଟ

Leave a Reply

Your email address will not be published.