ସୁନ୍ଦରଗଡ଼, (ନାଗରାଜ ନ୍ୟୁଜ): ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ନିକଟସ୍ଥ ଘୋଘରଧାମ୍ ରେ ଜାଗର ମେଳା ବହୁ ଉତ୍ସାହର ସହକାରେ ପାଳନ କରାଯାଉଛି । ପ୍ରଭୁଙ୍କ ଦର୍ଶନ ପାଇଁ ଜିଲ୍ଲା, ରାଜ୍ୟ ତଥା ବାହାର ରାଜ୍ୟରୁ ଭକ୍ତଙ୍କ ସୁଅ ଛୁଟିବାରେ ଲିଗିଛି । ଆଜି ଭୋର ୩ଟାରୁ ପହଡ଼ ଖୋଲି ରିତୀନିତୀ ଅନୁସାରେ ପୂଜାର୍ଚ୍ଚନା ଚାଲିଥିବାବେଳେ, ରାତ୍ରି ୧୦ଟାରେ ମହାଦୀପ ଉଠିବ ବୋଲି ମନ୍ଦିର ପୂଜକ କହିଛନ୍ତି । ଦୀର୍ଘ ଦୁଇ ବର୍ଷ ପରେ ମହାପ୍ରଭୁଙ୍କ ପାଖରେ ଜାଗର ଜାଳିବାର ସୁଯୋଗ ମିଳିଥିବାରୁ ଭକ୍ତଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଥିଲା । ଭକ୍ତ ମାନେ ଭୋର ୪ଟାରୁ ଦେବ ଦେବ ମହାଦେବଙ୍କ ଦର୍ଶନ ତଥା ଜାଗର ଜାଳିବା ପାଇ ଲମ୍ବାଧାଡିରେ ଛିଡ଼ା ହୋଇଥିଲେ । ଦିନ ୧୨ଟା ସୁଦ୍ଧା ପ୍ରବଳ ଭିଡ ହେବାର ସମ୍ଭାବନା ଥିବାରୁ ପ୍ରଶାସନ ପକ୍ଷରୁ କଡା ବ୍ୟବସ୍ଥା କରାଯାଇଛି ।