ବେଆଇନ ପାର୍କିଂ, ବସ ଓ ଟ୍ରକ ମୁହାଁମୁହିଁ ଧକ୍କା

ବାଲେଶ୍ବର,(ନାଗରାଜ ନ୍ୟୁଜ): ବେଆଇନ ଗାଡି ପାର୍କିଂ, ବସ ଓ ଟ୍ରକ ମୁହାଁମୁହିଁ ଧକ୍କା । ଏମିତି ଏମିତି ଏକ ଘଟଣା ଦେଖିବାକୁ ମିଳିଛି, ବାଲେଶ୍ବର ଜିଲ୍ଲା ଖଇରା ଥାନା ଖଇରା ବଜାରରେ । ଖବର ସଂଗ୍ରହରୁ ଜଣାପଡିଛି ଯେ ଚକାଡୋଳା ନାମ୍ନୀ ଏକ ଘରୋଇ ବସ ଦୈନିକ ଖଇରାରୁ ଭୁବନେଶ୍ୱର ଯାଏ ଏବଂ ରାତିରେ ଖଇରାକୁ ଫେରି ଖଇରା ଦୁର୍ଗା ମଣ୍ଡପ ନିକଟ ୫୭ ନମ୍ବର ରାଜ୍ୟ ରାଜପଥ ଉପରେ ବେଆଇନ ଭାବେ ପାର୍କିଂ କରେ । ଦୀର୍ଘଦିନ ହେବ ଏଭଳି ବେଆଇନ ପାର୍କିଂକୁ କୌଣସି ପ୍ରଶାସନ ନଜର ଦିଅନ୍ତି ନାହିଁ । ଏପରିକି ଅନେକ ସମୟରେ ରାତିଦିନ ଅର୍ଥାତ୍ ୨୪ ଘଣ୍ଟା ମଧ୍ୟ ରାସ୍ତା ଉପରେ ବେଆଇନ ପାର୍କିଂ କରିବାକୁ ପଛାଇନଥାଏ । ଏଭଳି ବେଆଇନ ପାର୍କିଂକୁ ନେଇ ଗତକାଲି ଅର୍ଥାତ୍ ତା ୦୭/୬/୨୨ ରିଖ ମଙ୍ଗଳବାର ରାତି ପ୍ରାୟ ୧୨ ଘଟିକା ପାଖାପାଖି ହେବ ବସ ଛିଡା ହୋଇଥିବା ବେଳେ ଏକ ବାଲି ବୋଝେଇ ଟ୍ରକ କୌଣସି କାରଣରୁ ଭାରସାମ୍ୟ ହରାଇ ବସ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । କସ କର୍ମଚାରୀ ମାନଙ୍କର କିଛି କ୍ଷତି ହୋଇନଥିବା ବେଳେ ଟ୍ରକ କର୍ମଚାରୀଙ୍କର କ୍ଷତି ହୋଇଥିବାର ସ୍ଥାନୀୟ ଅଞ୍ଚଳରୁ ଜଣାଯାଇଛି । ଉଭୟ ଗାଡିର ଅପୁରଣୀୟ କ୍ଷତି ମଧ୍ୟ ହୋଇଛି । ଯଦି ଦିନ ବେଳେ ଏ ଘଟଣା ଘଟିଥାନ୍ତା, କେହି ନା କେହି ନିଶ୍ଚୟ ମୃତ୍ୟୁ ବରଣ କରିଥାନ୍ତେ । ଏଥିସହିତ ରାସ୍ତାର ବଣପାରିଆ ଛକ ଠାରୁ କୋଚିଆକୋଇଲି ପର୍ଯ୍ୟନ୍ତ ଦୈନିକ ବେଆଇନ ଗାଡି ପାର୍କିଂ ବୃଦ୍ଧି ପାଉଥିବା ବେଳେ ପ୍ରଶାସନ ସାଜିଛି ନିରବଦ୍ରଷ୍ଟା । ଖବରପାଇ ଖଇରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡି ଦୁଇଟିକୁ ଜବଦ କରି ନିଜ ହେପାଜତକୁ ଆଣିବା ସହିତ ଦୁର୍ଘଟଣାର ପ୍ରକୃତ ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛି ।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.