ରଥଯାତ୍ରା ନିମନ୍ତେ ହୋଟେଲ ଆସୋସିଏସନ ଓ ହୋଟେଲ ମାଲିକଙ୍କୁ ନେଇ ଏସପିଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ

ପୁରୀ, (ନାଗରାଜ ନ୍ୟୁଜ): ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ସବୁ ବିଭାଗ ନିଜ ନିଜର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି।ବିଶେଷ କରି ଗୁରୁ ଦାୟିତ୍ଵ ଥିବା ପୋଲିସ ପ୍ରଶାସନ ବେଶୀ ସଜାଗ ହୋଇପଡିଛି। ଆଜି ବିଭିନ୍ନ ହୋଟେଲ ଆସୋସିଏସନ ଓ ହୋଟେଲ ମାଲିକଙ୍କୁ ନେଇ ଏସପିଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଥିଲା। ଏହି ବୈଠକରେ ପୁରୀ ସହରରେ ଥିବା ବିଭିନ୍ନ ହୋଟେଲ ମାଲିକ ଯୋଗଦେଇଥିଲେ।ଚଳିତ ବର୍ଷ ରଥଯାତ୍ରାରେ ଲକ୍ଷାଧିକ ଭକ୍ତ ଶ୍ରଦ୍ଧାଳୁଙ୍କ ସମାଗମ ହେବାର ସମ୍ଭାବନା ଥିବାରୁ ହୋଟେଲରେ ସେମାନଙ୍କ ରହଣୀ, ସୁରକ୍ଷା, ହୋଟେଲରେ ପର୍ଯ୍ୟାପ୍ତ ସିସିଟିଭି କ୍ୟାମେରା ମୁତୟନ ନେଇ ବୈଠକରେ ଆଲୋଚନା କରାଯାଉଛି। ଉଭୟ ଭକ୍ତ ଓ ପର୍ଯ୍ୟଟକ କିଭଳି ସୁରୁଖୁରୁରେ ରହି ଫେରିବେ ସେ ନେଇ ଆଲୋଚନା କରାଯାଇଛି।

– ପୁରୀ ହୋଟେଲ ଆସୋସିଏସନ୍ ଅଧିନରେ ୨୫୦ ଟି ହୋଟେଲ ଥିବାବେଳେ ପର୍ଯ୍ୟଟନ ବିଭାଗର ତଥ୍ୟ ଅନୁଯାୟୀ ୬୪୪ଟି ହୋଟେଲ ରହିଛି। କିନ୍ତୁ ବାସ୍ତବରେ ପୁରୀ ସହରରେ ଛୋଟ ବଡ଼ ହୋଟେଲ, ହଲିଡେ ହୋମ, ଲଜ୍ ସଂଖ୍ୟା ଏକ ହଜାର ରୁ ଅଧିକ ହେବ । ଆଜି ପ୍ରାୟ ୫୦ ଜଣ ହୋଟେଲ ମାଲିକଙ୍କ ସହ ରଥଯାତ୍ରାର ବିଭିନ୍ନ ଦିଗ ନେଇ ବିସ୍ତୃତ ଭାବେ ଆଲୋଚନା କରାଯାଉଛି। ପ୍ରତି ହୋଟେଲ ନିଜ ନିଜର ସିସିଟିଭି କ୍ୟାମେରା ସଜାଡି ୭ ଦିନର ରେକର୍ଡିଂ ନିକଟସ୍ଥ ଥାନାକୁ ଦେବା ପାଇଁ ନିଷ୍ପତି ହୋଇଛି।ସେହିପରି ପ୍ରତି ଥାନା ୱାରି ହୋଟେଲ ଗୁଡ଼ିକୁ ନେଇ ଏକ ହ୍ବାଟ୍ସ ଆପ ଗ୍ରୁପ କରାଯାଇଛି।ରଥଯାତ୍ରା ପୂର୍ବରୁ ଓ ସେହି ସମୟରେ ହୋଟେଲରେ ନିର୍ଦ୍ଧାରିତ ଦର ତାଲିକା ଲଗାଇବା, ଧାର୍ଯ୍ୟ ଦର ଠାରୁ ଅଧିକ ହୋଟେଲ ଭଡା ନନେବା, ହୋଟେଲରେ ଅବସ୍ଥାନ କରୁଥିବା ଯାତ୍ରୀ ଓ ପର୍ଯ୍ୟଟକଙ୍କୁ ଉଚିତ୍ ବ୍ୟବହାର ପ୍ରଦର୍ଶନ, ହୋଟେଲ ଓ ପୋଲିସ ମଧ୍ୟରେ ସମନ୍ୱୟ ରକ୍ଷା କରିବା ଉପରେ ଆଲୋଚନା ହୋଇଛି। ସେହିପରି ହୋଟେଲରେ ଯେଭଳି ପର୍ଯ୍ୟଟକଙ୍କୁ ଶୋଷଣ କରାନଯିବ ସେଥିପାଇଁ ହୋଟେଲ ମାଲିକଙ୍କୁ ନିର୍ଦ୍ଧେଶ ଦିଆଯାଇଛି। ସେହିପରି ଛୋଟ ଛୋଟ ହୋଟେଲ, ଲଜିଂ ଓ ହଲିଡେ ହୋମ ଉପରେ ବେଶୀ ନଜର ରଖିବା। କୌଣସି ପର୍ଯ୍ୟଟକ କିମ୍ବା ହୋଟେଲ ମାଲିକଙ୍କୁ ଯେଭଳି କୌଣସି ଅସୁବିଧା ନ ହୁଏ ସେଥିପାଇଁ 6370967100 ଟୋଲ ଫ୍ରି ନମ୍ବର ଜାରୀ କରାଯାଇଛି। ଆଗାମୀ ଦିନରେ ଅଟୋ ଓ ଟ୍ୟାକ୍ସି ଆସୋସିଏସନ୍ ସହ ଆଲୋଚନା କରାଯିବ ବୋଲି ଏସପି କହିଛନ୍ତି । ଆସନ୍ତା ୧ ତାରିଖରେ ଆଇନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରଥଯାତ୍ରା ପାଇଁ ଦ୍ଵିତୀୟ ସମନ୍ଵୟ ବୈଠକ ଅନୁଷ୍ଠିତ ହେବ।ଏହା ପୂର୍ବରୁ ଜିଲ୍ଲା ପୋଲିସ ପ୍ରଶାସନ ନିଜର ପ୍ରସ୍ତୁତି ଆରମ୍ଭ କରିଦେଇଛି।ଏହି ବୈଠକରେ ଅତିରିକ୍ତ ଏସପି,ସିଟି ଡିଏସପି ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published.