୨୦୦୮ ପରବର୍ତୀ ଅଧ୍ୟାପକ ଓ କର୍ମଚାରୀମାନଙ୍କୁ ଅନୁଦାନ ଦାବିରେ ମହା ବିଦ୍ୟାଳୟର ଫାଟକ ସାମ୍ନାରେ ଧାରଣା

ଖଇରା,(ନାଗରାଜ ନ୍ୟୁଜ): ବାଲେଶ୍ଵର ଜିଲ୍ଲା ସୋର ବ୍ଲକ ନଦୀ ଗାଁ ଅଧିନସ୍ଥ କୁଡେଇ ମହିଳା ମହାବିଦ୍ୟାଳୟ ର 2008 ପରବର୍ତୀ ଅଧ୍ୟାପକ କର୍ମଚାରୀ ମାନଙ୍କୁ ଅନୁଦାନ ପ୍ରଦାନ ଦାବିରେ ଆଜି ମହା ବିଦ୍ୟାଳୟ ର ମୁଖ୍ୟ ଫାଟକ ସାମ୍ନା ରେ ଧାରଣା ଦିଆଯାଇଥିବା ଦେଖିବାକୁ ମିଳିଛି . ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ସଭାପତି ଶ୍ରୀ ବିଶ୍ଵ ରଞ୍ଜନ ଦାସ ଙ୍କର ଆହ୍ବାନ କ୍ରମେ ଆଦ୍ୟ 20,7,2022 ରିଖ ଦିବା 11 ଘଟିକା ଠାରୁ କାର୍ଯ୍ୟ ବନ୍ଦ କରି ଅନୁଦାନ ଦାବିରେ ଅଧ୍ୟାପକ ଓ କର୍ମଚାରୀ ମାନେ ମହା ବିଦ୍ୟାଳୟ ଫାଟକ ସାମ୍ନା ଧାରଣାରେ ବସି ଥିଲେ . କୁଡେଇ ମହିଳା ମହାବିଦ୍ୟାଳୟ ର 2008 ପରବର୍ତୀ ଅଧ୍ୟାପକ ଓ କର୍ମଚାରୀ ମାନେ ସରକାର ଙ୍କର ଶିକ୍ଷକ ମାରତା ନୀତି ବିରୁଦ୍ଧରେ ସ୍ଲୋଗାନ ଦେଇ ଥିଲେ . ଏହା ଦୀର୍ଘ 96 ଦିନ ଧରି ଭୁବନେଶ୍ୱର ଗାନ୍ଧି ମାର୍ଗରେ ଅହୋରାତ୍ର ଧାରଣା ଦେବା ପରେ ମଧ୍ୟ ରାଜ୍ୟ ସରକାର ଙ୍କର ନୀରବତା କାରଣରୁ ଉକ୍ତ ଅନୁଦାନ ସତ୍ୟାଗ୍ରହ ଆନ୍ଦୋଳନ ସମଗ୍ର ରାଜ୍ୟରେ ସମସ୍ତ ମହା ବିଦ୍ୟାଳୟ ସ୍ତରକୁ ବ୍ୟାପିବାରେ ଲାଗିଛି . ଆଗାମୀ ଦିନରେ ସରକାର ଯଦି ଅନୁଦାନ ପ୍ରଦାନ ଦିଗରେ କୋୖଣସି ପଦକ୍ଷେପ ନ ନିଅନ୍ତି ତେବେ ଏଇ ଆନ୍ଦୋଳନ ଭୁବନେଶ୍ୱର ରେ ଜାରି ରହିବା ସହିତ ଏବଂ ମହା ବିଦ୍ୟାଳୟ ଓ ପଞ୍ଚାୟତ ଗାଁ ଗାଁ କୁ ଯିବେ ବୋଲି ରାଜ୍ୟ ସମ୍ପାଦକ ଏବଂ ଅଧ୍ୟାପକ ଓ କର୍ମଚାରୀ ପ୍ରକାଶ କରିଛନ୍ତି . ଏଥିପ୍ରତି ଓଡ଼ିଶା ସରକାର ଙ୍କର ଯଦି ଦୃଷ୍ଟି ନ ଦେବେ ତାହେଲେ ଓଡ଼ିଶା ସରକାର ଦାୟୀ ରହିବେ ବୋଲି ଚେତାବନୀ ଦେଇଛନ୍ତି . ଏହି ଧାରଣାରେ ରାଜ୍ୟ ସମ୍ପାଦକ ତଥା ବାଲେଶ୍ଵର ବିଭାଗ ସମ୍ପାଦକ ପ୍ରିୟ ବ୍ରତ ମହାପାତ୍ର,ମହା ବିଦ୍ୟାଳୟ ସଂଯୋଜକ ପ୍ରଫୁଲ୍ଲ କୁମାର ପାତ୍ର,ସଂଯୋଜିକା ଜ୍ୟୋସ୍ନା ରାଣୀ ପାତ୍ର, ସହିତ ମହା ବିଦ୍ୟାଳୟ ର ସମସ୍ତ ଅଧ୍ୟାପକ ଓ କର୍ମଚାରୀ ମାନେ 2 ଘଣ୍ଟିଆ କାର୍ଯ୍ୟ ବନ୍ଦ କରି ଧାରଣା ରେ ସହ ଯୋଗ କରିଥିଲେ .

ବାଲେଶ୍ଵର ଜିଲ୍ଲା ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published.