ଖଇରା, (ନାଗରାଜ ନ୍ୟୁଜ): ଆଜି ବିରାଡ଼ି କପାଳ କୁ ଶିଖା ଛିଡିଲା, ଏଥିପାଇଁ ଆମେ କହୁଛୁ ଆଜି ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ମଇତାପୁରରେ ଥିବା ବେଆଇନ କରତ କଳ ଉପରେ ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ମୂଲ୍ୟବାନ କାଠ ଓ ଲକ୍ଷାଧିକ ଟଙ୍କାର ଯନ୍ତ୍ରପାତି ଜବତ କରାଯାଇଛି । ସୂଚନା ଅନୁଯାଇ ସିମୁଳିଆ ରେ ବେଧଡକ ଭାବେ ଚାଲିଛି ୬ ରୁ ଆଧିକ ଚୁରା କରତକଳ, ଏସବୁ କରତ କଳ ରୁକିବା ପାଇଁ ଡିଏଫ ବିଫଳ, ଏଥିପାଇଁ ଆମେ କହୁଛୁ କି ଆଜି ବିରାଡ଼ି କପାଳ କୁ ଶିଖା ଛିଡିଲା ବାଲେଶ୍ଵର ଡିଏଫଓ ବିମଲ ପ୍ରସନ୍ନ ଆଚାର୍ଯ୍ୟଙ୍କ ନିର୍ଦ୍ଦେଶ କ୍ରମେ ଔପଦା ରେଞ୍ଜର ବବିତା ସୋରେନ, ଖୁଣ୍ଟପାଟଣା ଫରେଷ୍ଟର କିଶୋର ଚନ୍ଦ୍ର ଭୁଇଁଆଁ, କୂଳଡିହା ରେଞ୍ଜ ଷ୍ଟାଫ ସୌମ୍ୟରଂଜନ ମାଝୀ ଓ ସିମୁଳିଆ ପୋଲିସଙ୍କ ଉପସ୍ଥିତିରେ ବେଆଇନ କରତ କଳ ଉପରେ ଚଢ଼ାଉ କରିଥିଲେ। ଏଥିରେ ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କାଠ ଓ ଯନ୍ତ୍ରପାତି ନେଇଯାଇଥିବା ଜଣାପଡିଛି। ସବୁଠାରୁ ବଡ଼ କଥା ହେଉଛି ଅନ୍ୟ କେତେକ ଚୁରା କରତକଳ ବନବିଭାଗ ଅଫିସର ଆସିବା ଆଗରୁ ଯନ୍ତ୍ରପାତି ବାହାର କରିଦେଇଥିଲେ ।
ବାଲେଶ୍ଵର ଜିଲ୍ଲା ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ