ସୁନ୍ଦରଗଡ଼ରେ ଗର୍ଜିଲେ NPS ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ, ଜିଲ୍ଲାପାଳଙ୍କୁ ଦେଲେ 4ଦଫା ଦାବିପତ୍ର

ସୁନ୍ଦରଗଡ଼,(ନାଗରାଜ ନ୍ୟୁଜ): ସୁନ୍ଦରଗଡ଼ ଜିଲ୍ଲାରେ ଥିବା ମୋଟ 17ଗୋଟି ବ୍ଳକର ସମସ୍ତ NPS ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ସୁନ୍ଦରଗଡ଼ ଠାରେ ଏକତ୍ରିତ ହୋଇ ଏକ ବିଶାଳ ରାଲିରେ ବିକ୍ଷୋଭ ପ୍ରଦର୍ଶନ କରି ମୁଖ୍ୟ ମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଏକ 4ଦଫାଦାବିପତ୍ର ଜିଲ୍ଲାପାଳ ଙ୍କୁ ପ୍ରଦାନ କରିଥିଲେ। ପ୍ରାଥମିକ ବିଦ୍ୟାଳୟରେ 2021ମସିହାରୁ ସ୍ବେଛାସେବୀ ସହାୟକ, ପାରାଶିକ୍ଷକ,ଜୁନିୟରଟିଚର, ଗଣଶିକ୍ଷକ ,MLE ଶିକ୍ଷକ ଭାବେ ବିଭିନ୍ନ ବର୍ଗରେ ନିୟୋଜିତ ହୋଇଥିବା ଶିକ୍ଷକଙ୍କୁ ଚୁକ୍ତିଭିତ୍ତିକ ଅବଧିରେ ନିୟମିତ ଚାକିରିରେ ଗଣନା କରି 8ଟି ଓ 6ଟି ନେସନାଲ ଇନକ୍ରିମେଟ ପ୍ରଦାନ କରିବା ସହିତ ନୂତନ ପେନସନ ଯୋଜନାରେ (NPS) କୁ ଉଛେଦ କରି ପୁରୁଣା ପେନସନ (OPS) କୁ ଲାଗୁକରିବାକୁ ଦାବି ପତ୍ର ରେ ଉଲ୍ଲେଖ କରିଛନ୍ତି। ଆହୁରି ମଧ୍ୟ EXକାଡରକୁ ଉଛେଦ କରି କାଡରଭୁକ୍ତ କରିବାପାଇଁ ମଧ୍ୟ ଦାବି କରାଯାଇଛି ।

ଆଜିର ବିଶାଳ ବିକ୍ଷୋଭରେ ବଣେଇ ବାରକୋଟ ବ୍ଳକ ଠାରୁ ଆରମ୍ଭ କରି ହିମଗିର ବ୍ଳକ ପର୍ଯ୍ୟନ୍ତ ଜିଲ୍ଲା ର ସମସ୍ତ ୧୭ଗୋଟି ବ୍ଳକର ଶହଶହNPS ଶିକ୍ଷକ ଶିକ୍ଷୟିତ୍ରୀ ଏହି ବିକ୍ଷୋଭ ରେ ସାମିଲ୍ ହୋଇଥିଲେ। ସୁନ୍ଦରଗଡ଼ ମିଳିତ ପ୍ରାଥମିକ ଶିକ୍ଷକ ସଂଘର ଆବାହକ ହୋତେଶରଶେଖର ଦେଓ, ଶିକ୍ଷକ ସଂଘର ମହାସଚିବ ସଚଳାପଣ୍ଡା,ଏକ୍ସକାଡର ଶିକ୍ଷକ ସଂଘର ସଭାପତି ସୁଧାକର ସିଂ, ସମ୍ପାଦକ ଦିଗାମ୍ବର ପଟେଲ, କୁତ୍ରା ବ୍ଳକ ଶିକ୍ଷକ ସଂଘର ସଭାପତି ଫୁଲିନ୍ଦ୍ର ଦେଉରିଆ,ଅଜହରଅହମଦ, ବିଦ୍ୟୁତ ପ୍ରଭା ସ୍ବାଇଁ, ବିମଳସାହୁ, ସୁଦିପ୍ତରଞ୍ଜନବେହେରା, ତପନ କୁମାର ସେଠୀ, ଶଙ୍କର ନିଖଣ୍ଡିଆଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମୁଖ୍ୟ ମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଏକ ୪ଦଫାଦାବିପତ୍ର ଜିଲ୍ଲାପାଳ ଙ୍କୁ ପ୍ରଦାନ କରିଥିଲେ .

ସୁନ୍ଦରଗଡ଼ରୁ ଦଶରଥ ପୋଡ଼ଙ୍କ ରିପୋର୍ଟ

Leave a Reply

Your email address will not be published.