ବାରଙ୍ଗ,(ନାଗରାଜ ନ୍ୟୁଜ): ଆଜି କଟକ ଜିଲ୍ଲା ବାରଙ୍ଗ ବ୍ଲକର ଆଦିବାସୀ ପଡ଼ା ଭାଲୁଙ୍କା ଗ୍ରାମସ୍ଥିତ ଶ୍ରୀ ଶ୍ରୀ ଟିକିବାବାଙ୍କ ପୌରହିତ୍ୟରେ ୭୫ତମ ‘ଆଜାଦୀ କି ଅମୃତ ମହୋତ୍ସବ’ ମହାସମାରୋହରେ ପାଳନ କରାଯାଇଥିଲା । ଏହି ଉତ୍ସବରେ ବିଶିଷ୍ଟ ସମାଜସେବୀ ଓ ଶିକ୍ଷାବିତ୍ ଶ୍ରୀଯୁକ୍ତ ତୁଳସୀ ରାମ ଜଗତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏବଂ ପ୍ରଥମେ ଶିକ୍ଷିତ ହୋଇ ଅଧିକାରକୁ ହାସଲ କରିବା ସହ ସୁନାଗରିକ ହୋଇ ନିଜକୁ ଦେଶ ସେବାରେ ନିୟୋଜିତ କରିବା ପାଇଁ ବିଦ୍ୟାର୍ଥୀମାନଙ୍କୁ ପରାମର୍ଶ ଦେଇଥିଲେ । ସମ୍ମାନୀତ ଅତିଥି ଭାବରେ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଶ୍ରୀ ବନମାଳୀ ଦାସ ଓ ସଂପାଦକ ଶ୍ରୀ ଶ୍ରୀ ତ୍ରିଲୋଚନ ବାବା, ସହ-ସଂପାଦକ ଅମିତ ଚନ୍ଦ୍ର କେଶ୍ ଉପସ୍ଥିତ ରହି ବିଦ୍ୟାର୍ଥୀ ମାନଙ୍କୁ ଦିଗଦର୍ଶନ ଦେଇଥିଲେ । ଏହାପରେ ବିଦ୍ୟାଳୟର ପ୍ରଧାନଶିକ୍ଷକ, ସହକାରୀ ଶିକ୍ଷକ ଓ ବିଦ୍ୟାର୍ଥୀ ନିଜର ଦେଶାତ୍ମକ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଉତ୍ସବରେ ବିଦ୍ୟାଳୟର ସହକାରୀ ଶିକ୍ଷକ ଶ୍ରୀ ସଞ୍ଜୟ କୁମାର ମିଶ୍ର, ନିଙ୍କୁଜ ବିହାରୀ ଜେନା, ଦେବରାଜ ଦାସ, ନିର୍ମଳ ଚନ୍ଦ୍ର ମାହାଳୀ, ବିଭୂଦତ୍ତ ମିଶ୍ର, ଓ ଚନ୍ଦନ ଯୋଗ ଦେବା ସହ ଭାଲୁଙ୍କା ଗ୍ରାମର ସର୍ବଶ୍ରୀ ବିକଳ ଦେହୁରୀ, ପରମାନନ୍ଦ ନାୟକ ଓ ମହେନ୍ଦ୍ର ନାୟକ ପ୍ରମୁଖ ପତାକା ଉତ୍ତୋଳନ ସମାରୋହରେ ଯୋଗ ଦେଇଥିଲେ । ଏହାପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ପ୍ରଶାନ୍ତ କୁମାର ବେହେରା ସମସ୍ତଙ୍କୁ ଧନ୍ୟବାଦ ଦେଇ ସମାରୋହକୁ ଉଦଯାପିତ କରିଥିଲେ ।