ଆଶ୍ବସ୍ତି ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ସ୍ୱାଧୀନତା ଦିବସ ପାଳିତ

ପୁରୀ,(ନାଗରାଜ ନ୍ୟୁଜ): ୭୬ତମ ସ୍ୱାଧୀନତା ଦିବସ ଉପଲକ୍ଷେ ମଙ୍ଗଳା ଘାଟସ୍ଥିତ ଆଶ୍ବସ୍ତି ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଜାତୀୟ ପତାକା ଉତ୍ତାଳନ କରାଯାଇଛି । ଏହି ଅବସରରେ କୁଳମଣି ସେଠି, ବାସେଳୀସାହି ଥାନା ଆଇଆଇସି, ଆଡୋଭକେଟ ଭଗବାନ ପଢିଆରି, ଏସଆଇ ପ୍ରଭୁଦତ୍ତ ବିଶ୍ୱାଳ ଓ ଷ୍ଟେଟ ସେକ୍ରେଟାରୀ ଷ୍ଟାଲିନ ପରିଜାଉପସ୍ଥିତ ରହି ପତାକା ଉତ୍ତାଳନ କରିଥିଲେ । ଆଜଦି କା ଅମୃତ ମହୋତ୍ସବରେ କମଳିନୀ ମହାପାତ୍ର, ରାଜକିଶୋର ମହାନ୍ତି, ଓମ ପ୍ରକାଶ ମହାନ୍ତି, ଶ୍ରୀକାନ୍ତ ସେଠି, ରାଧାକାନ୍ତ ଦାସ ଓ ମିନାକ୍ଷୀ ମହାନ୍ତି ପ୍ରମୁଖ ଉପସ୍ଥିତ ରହି କାର୍ୟ୍ୟକ୍ରମକୁ ଆଗେଇ ନେଇଥିଲେ । ଆଶ୍ବସ୍ତି ଫାଉଣ୍ଡେସନ ଟ୍ରଷ୍ଟର ବୃଦ୍ଧ ଆଶ୍ରମରେ ଥିବା ଆନ୍ତବାସୀମାନଙ୍କୁ ଅତିଥିମାନେ ସଂମାନ କରିବା ସହ ତାଙ୍କ ସୁଖ ଦୁଃଖ ବିଷୟରେ ପଚାର ଉଚରା କରିଥିଲେ । ଏହି କାର୍ୟ୍ୟକ୍ରମରେ ସ୍କୁଲ ର ଛୋଟ ପିଲା ମଧ୍ୟ ଭାଗ ନେଇଥିଲେ । ଶେଷରେ ବନ୍ଦେ ଉକôଳ ଜନନୀ ଗାନ କରି ଶ୍ରୀ ଦୀପକ ପଣ୍ଡା ଏହି କାର୍ୟ୍ୟକ୍ରମକୁ ଧନ୍ୟବାଦ ସହ ସମସ୍ତିଙ୍କୁ ଶୁଭକାମନା ଜଣାଇଥିଲେ ।

Leave a Reply

Your email address will not be published.