କଟକ,(ନାଗରାଜ ନ୍ୟୁଜ): କଟକ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଆରମ୍ଭ ହୋଇଛି ଇଣ୍ଡୋର ଫୁଟବଲ। ଫୁଟସଲ୍ ଭାବେ ପରିଚିତ ଏହି ଖେଳକୁ ଆୟୋଜନ କରିଛନ୍ତି ଫାଓ ଏବଂ ରାଜ୍ୟ କ୍ରୀଡା ଓ ଯୁବସେବା ବିଭାଗ । ଛଅ ଦିନ ଧରି ଚାଲିବାକୁ ଥିବା ଏହି ନୃଆ ଧରଣର ଫୁଟବଲ ଚମ୍ପିୟାନସିପ ରେ ରାଜ୍ୟ ର ଶ୍ରେଷ୍ଠ ଦଶଟି କ୍ଲବ ଭାଗ ନେଇଛନ୍ତି ।ଫୁଟବଲ ଖେଳକୁ ଅଧିକ ଦ୍ରୃତ ଓ କ୍ଷୀପ୍ର କରିବା ପାଇଁ ଏବେ ଖେଳାଯାଉଛି ନୂଆ ଧରଣର ଇଣ୍ଡୋର ଫୁଟବଲ। ପ୍ରଥମ ଥର ଲାଗି କଟକ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଫାଓ ଓ ରାଜ୍ୟ କ୍ରୀଡା ଏବଂ ଯୁବ ସେବା ବିଭାଗ ମିଳିତ ଭାବେ ଆୟୋଜନ କରିଛନ୍ତି ଫାଓ ଫୁଟବଲ ଚମ୍ପିୟାନସିପ । ଏଥିରେ ଓଡିଶା ପୋଲିସ, ସାଇ ହଷ୍ଟେଲ, ରାଜ୍ୟ କ୍ରୀଡା ଛାତ୍ରାବାସ, କିଟ୍-କିସ୍,ରାଧାରମଣ କ୍ଲବ,ବିଡାନାସୀ କ୍ଲବ, ଓଡିଶା ସରକାରୀ ପ୍ରେସ ସହିତ ଭୁବନେଶ୍ବର, ଖୋର୍ଦ୍ଧା ଓ ଦେବଗଡ ର ତିନୋଟି କ୍ଲବ ଭାଗ ନେଇଛନ୍ତି । ପ୍ରତି ଟିମ ରେ 5 ଜଣ କରି ଖେଳୁଥିବା ବେଳେ ମ୍ୟାଚ 40 ମିନିଟ୍ ଖେଳାଯାଉଛି ।ପୂର୍ବରୁ କିଟ୍ ପରିସରରେ ଫାଓ ଫୁଟସଲ୍ ବା ଇଣ୍ଡୋର ଫୁଟବଲ ର ପ୍ରଥମ ସଂସ୍କରଣ ଆୟୋଜିତ ହୋଇଥିଲା। ଏବେ ଖେଳାଳୀ ଙ୍କୁ ଅଧିକ ଫିଟ୍ ଓ କଳାତ୍ମକ ଖେଳ ଶିଖାଇବା ପାଇଁ ଇଣ୍ଡୋର ରେ ଦ୍ବିତୀୟ ସଂସ୍କରଣ ଆୟୋଜିତ ହୋଇଛି ।