ଇନରହ୍ବିଲ୍ କ୍ଲବ ରୌପ୍ୟ ଜୟନ୍ତୀ

ପୁରୀ,(ନାଗରାଜ ନ୍ୟୁଜ): ବିଶ୍ବର ଦ୍ବିତୀୟ ସଂଭ୍ରାନ୍ତ ସେବାମୂଳକ ମହିଳା ସଂଗଠନ ଇନରହ୍ବିଲ୍ ଇଣ୍ଟରନ୍ୟାସନାଲ୍ ର ପରିଚାଳନାରେ ୧୯୯୭ ମସିହାରେ ପୁରୀ ସହରରେ ପ୍ରତିଷ୍ଠିତ ପୁରୀ ଇନରହ୍ବିଲ୍ କ୍ଲବ ରୌପ୍ୟ ଜୟନ୍ତୀ ମହୋତ୍ସବ ଶୁକ୍ରବାର ଦିନ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କ୍ଲବର ସଭାନେତ୍ରୀ ଜ୍ୟୋତିର୍ମୟୀ ଦାଶ ଙ୍କ ନେତୃତ୍ୱ ସଂପାଦିକା ଶୋଭନା ମିଶ୍ର ଙ୍କ ପରିଚାଳନା ରେ ପୂର୍ବାହ୍ନରେ ରୋଟାରୀ କମ୍ୟୁନିଟି ସେଣ୍ଟର ପରିସରରେ ଇନରହ୍ବିଲ୍ ଡିଷ୍ଟ୍ରିକ୍ଟ 326 ର ଅଧ୍ୟକ୍ଷା ତାଓ୍ଵି T ଚିରଞ୍ଜୀବି ଙ୍କ କ୍ଲବ ପରିଦର୍ଶନ କାର୍ଯ୍ୟକ୍ରମ ଓ ସାୟାହ୍ନ ରେ ହୋଟେଲ ହଲିଡେ ରିସର୍ଟ ପରିସରରେ ମହିଳା ସଶକ୍ତିକରଣ ସଂପର୍କିତ ଆଲୋଚନା ଚକ୍ର ସମେତ ରୌପ୍ୟ ଜୟନ୍ତୀ ଉତ୍ସବ ର ଆୟୋଜନ କରାଯାଇଥିଲା। କ୍ଲବ ପରିଦର୍ଶନ କାର୍ଯ୍ୟକ୍ରମ ରେ ସମ୍ମାନନୀୟା ଜିଲ୍ଲା ଅଧ୍ୟକ୍ଷା କ୍ଲବ ର ସେବା ପରଂପରା ର ଉଚ୍ଚ ପ୍ରଶଂସା କରିଥିଲେ। ଏହି ଅବସରରେ ଜଣେ ଅସହାୟା ଦିବ୍ୟାଙ୍ଗ ବୃଦ୍ଧା ଙ୍କୁ କ୍ଲବ ପକ୍ଷରୁ ଗୋଟିଏ ହ୍ବିଲ୍ ଚେୟାର ପ୍ରଦାନ କରାଯାଇଥିଲା। କ୍ଲବ ର ଦୁଇଜଣ ନୂତନ ସଦସ୍ୟା ଅଞ୍ଜଳି ପଣ୍ଡା ଓ ଲିପିନା ପାତ୍ର ଙ୍କୁ ସମସ୍ତେ ସ୍ବାଗତ କରିଥିଲେ। କାର୍ଯ୍ୟକ୍ରମ କୁ ଏଡିଟର ସଂଘମିତ୍ରା ଦାଶ, ISO ମୀନାକ୍ଷୀ ବାହିନୀପତି ଓ ପ୍ରତିମା ପତି ଙ୍କ ସମେତ ସଦସ୍ୟାଗଣ ସହଯୋଗ ପ୍ରଦାନ ପୂର୍ବକ ପରିଚାଳନା କରିଥିଲେ। ଇନରହ୍ବିଲ୍ ଡିଷ୍ଟ୍ରିକ୍ଟ ର ସଂପାଦିକା ମଧୁସ୍ମିତା ତ୍ରିପାଠୀ ଙ୍କ ସମେତ ଡିଷ୍ଟ୍ରିକ୍ଟ ର ବହୁ କର୍ମକର୍ତ୍ତା କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ। ସାୟାହ୍ନ ରେ ଆୟୋଜିତ ଆଲୋଚନା ଚକ୍ର ଆଶୁ ସାହା ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା। ଏଥିରେ କ୍ଲବ ର ସଭାନେତ୍ରୀ, ସଂପାଦିକା ଓ ଜିଲ୍ଲା ଅଧ୍ୟକ୍ଷା ମଞ୍ଚାସୀନ ଥିବାବେଳେ ମୁଖ୍ୟ ଅତିଥି ଭାବେ ରୋଟାରୀ ଡିଷ୍ଟ୍ରିକ୍ଟ 3262 ର ଭାବି ଗଭର୍ଣ୍ଣର ଜୟଶ୍ରୀ ମହାନ୍ତି ଏବଂ ମୁଖ୍ୟ ବକ୍ତା ଭାବେ ସୁପରିଚିତ ସାମାଜିକ କର୍ମୀ ରୋଜାଲିନ୍ ପାଟ୍ଟଶାଣୀ ମିଶ୍ର ଯୋଗଦାନ କରିଥିଲେ। କାର୍ଯ୍ୟକ୍ରମ କୁ ଅଳକାନନ୍ଦା ଦାଶ ସଂଯୋଜନା କରିଥିଲେ। ପ୍ରାରମ୍ଭ ରେ ସଭାନେତ୍ରୀ ଜ୍ୟୋତିର୍ମୟୀ ଦାଶ ସ୍ବାଗତ ବକ୍ତବ୍ୟ ପ୍ରଦାନ କରିଥିବା। ବେଳେ ମୁଖ୍ୟବକ୍ତା ଡଃ ରୋଜାଲିନ୍ ମହିଳା ସଶକ୍ତିକରଣ ର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ନିଜର ବକ୍ତବ୍ୟ ରେ ଜିଲ୍ଲା ଅଧ୍ୟକ୍ଷା T ଚିରଞ୍ଜୀବି ଗର୍ଭସ୍ଥ ଶିଶୁ ର ଲିଙ୍ଗନିରୂପଣ, ଭୃଣହତ୍ୟା ଓ ଲିଙ୍ଗଗତ ଅସମାନତା ବିରୁଦ୍ଧରେ ଏବଂ ନାରୀ ଶିକ୍ଷା, ମହିଳା ସଶକ୍ତିକରଣ ଓ ସାମାଜିକ ନ୍ୟାୟ ସପକ୍ଷରେ କାର୍ଯ୍ୟ କରିବା ନିମନ୍ତେ ଆହ୍ବାନ ପ୍ରଦାନ କରିଥିଲେ।

Leave a Reply

Your email address will not be published.