ବିଧାୟକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଡ଼ିଜିଙ୍କୁ ଦାବିପତ୍ର ପ୍ରଦାନ

କେନ୍ଦୁଝର, (ନାଗରାଜ ନ୍ୟୁଜ): କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ପଞ୍ଚାୟତ ସମିତି ବୈଠକରେ ଗତ ସେପ୍ଟେମ୍ବର ୩୦ ତାରିଖ ଦିନ ବିଜେପି ଜିଲ୍ଳା ପରିଷଦ ସଦସ୍ୟା ଅସିମା ମିଶ୍ର କୁଂ ଶାସକ ବିଜେଡି ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ କଂ ଦୁର୍ବ୍ଯବହାର ପ୍ରତିବାଦରେ ଆଜି ଅପରାହ୍ନ ୪ ଘନ୍ଟିକା ସମୟରେ କଟକସ୍ଥିତ ପୋଲିସ ମହାନିର୍ଦ୍ଦେଶକ କାର୍ଯ୍ୟାଳୟ ଠାରେ ଡିଜି କୁଂ ବିଜେପି ନଦୀ ସୁରକ୍ଷା ସମିତି (ନମାମି ଗଙ୍ଗେ) ରାଜ୍ୟ ସଂଯୋଜକ ମହେଶ୍ଵର ସାହୁ କଂ ନେତୃତ୍ଵରେ ବିଜେପି ପ୍ରତିନିଧି ଦଳ ଭେଟି ଦାବୀ ପତ୍ର ପ୍ରଦାନ କରିବା ସହିତ, ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ କଂ ନାମରେ ତୁରନ୍ତ କେସ୍ ରୁଜୁ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି। ନହେଲେ ଆଗାମୀ ଦିନରେ ବିଜେପି ତରଫରୁ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ପ୍ରତିନିଧି ଦଳ ଚେତାବନୀ ଦେଇଛନ୍ତି।

Leave a Reply

Your email address will not be published.