ଜଗତପୁରରେ ପୁଣି ନକଲି ଥଣ୍ଡା କମ୍ପାନୀ ଉପରେ ଚଢ଼ାଉ

କଟକ, (ନାଗରାଜ ନ୍ୟୁଜ): ଜଗତପୁରରେ ପୁଣି ନକଲି ଥଣ୍ଡା କମ୍ପାନୀ ଉପରେ ଚଢ଼ାଉ । କଳାଙ୍ଗିନି ହୋଟେଲ ଭିତରେ ଚାଲିଥିଲା ନକଲି ଥଣ୍ଡା ତିଆରି କାରଖାନା । ବଜାରରେ ବିକ୍ରି ହେଉଥିଲା ସ୍ପ୍ରିଙ୍ଗ ଅପ୍ ମସାଲା ଡ୍ରିଙ୍କ, ସ୍ପ୍ରିଙ୍ଗ ଅପ୍ ସୋଡା, ସ୍ପ୍ରିଙ୍ଗ ଅପ୍ ଲେମନ ଓ ଲିଚି ନାମକ ସଫ୍ଟ ଡ୍ରିଙ୍କସ୍ । ଗତକାଲି ଜଗତପୁର ପୁଲିସ୍ ବିଶେଷ ସୂତ୍ରରୁ ଖବର ପାଇ ରାତି ଅଧିଆ କଳାଙ୍ଗିନୀ ହୋଟେଲ ଉପରେ ଚଢ଼ାଉ କରିଥିଲା। ଆଜି ଦିନ ୧୨ ଟା ସମୟରେ ଜୋନ ୧ ଏ ସି ପି -ଏସ ଏନ୍ ମୁଦୁଲି , ଫୁଡ୍ ସେଫ୍ଟି ଅଧିକାରୀ, ସ୍ୱାସ୍ଥ୍ୟ ଅଧିକାରୀ ସତ୍ୟବ୍ରତ ମହାପାତ୍ର ଙ୍କ ସମେତ ଜଗତପୁର ଆଇ ଆଇ ସି ରବିନ୍ଦ୍ରନାଥ ମେହେର ତାଙ୍କର ପୁଲିସ୍ କର୍ମୀଙ୍କ ସହ ଚଢ଼ାଉ ଜାରି ରଖିଛନ୍ତି ।

Leave a Reply

Your email address will not be published.