ଜଳେଶ୍ୱର BDOଙ୍କୁ ଘେରିଲା ଭିଜିଲାନ୍ସ ବିଭାଗ

ବାଲେଶ୍ବର, (ନାଗରାଜ ନ୍ୟୁଜ): ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକରେ କାର୍ଯ୍ୟରତ ଥିବା BDO ଅଶ୍ୱିନୀ କୁମାର ଦାସଙ୍କୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଘେରିଛି ଭିଜିଲାନ୍ସ ବିଭାଗ । ବିଡିଓ ଦାସଙ୍କ ଜଳେଶ୍ଵର ସ୍ଥିତ ସରକାରୀ ବାସଭବନ ସମେତ ଏକ କାଳୀନ ଛଅଟି ଜାଗାରେ ଭିଜିଲାନ୍ସ ବିଭାଗର ଚଢ଼ାଉ ଜାରି ରହିଛି । ପାଞ୍ଚ DSP ଙ୍କ ନେତୃତ୍ୱରେ ନଅ ଇନ୍ସପେକ୍ଟର ସମେତ ଅନ୍ୟାନ୍ୟ ଷ୍ଟାପ ଏହି ଚଢାଉରେ ସାମିଲ ଅଛନ୍ତି । କଟକ ବଇଆଳିସ(୪୨) ମୌଜା ଶ୍ରୀକୃଷ୍ଣ ବିହାରରେ ଦୁଇ ମହଲା କୋଠା, କଳପଡାରେ ଦୁଇ ମହଲା କୋଠା, ଜଳେଶ୍ଵର ବ୍ଲକ ଅଫିସ, କେନ୍ଦ୍ରାପଡା ଜିଲ୍ଲା ଆଳି ଭୂଇଁପୁର ଥିବା ପୈତ୍ରୁକ ଘର ସମେତ ଭୁବନେଶ୍ଵରରେ ଥିବା ଘରେ ଚଢ଼ାଉ ଜାରି ରହିଛି । କଟକ ଖପୁରିଆରେ ବିଡ଼ିଓ ଶ୍ରୀ ଦାସଙ୍କ ପତ୍ନୀ ଜ୍ୟୋତ୍ରିମୟ ସାହୁଙ୍କ ଅଫିସରେ ମଧ୍ୟ ଚଢାଉ ଚାଲିଛି । କେନ୍ଦ୍ରାପଡ଼ାରେ ଥିବା ସମ୍ପର୍କୀୟଙ୍କ ଘରେ ବି ଚଢ଼ାଉ ଚାଲିଛି । ଶ୍ରୀ ଦାସ ପୂର୍ବରୁ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାରେ BDO ଭାବରେ କାର୍ଯ୍ୟ କରୁଥିଲେ । ଖବର ଅନୁଯାଇ 5T ସ୍କୁଲ ମାମଲାରେ ଭିଜିଲାନ୍ସ ଚଢ଼ାଉ କରିଥିବା ସୂଚନା ଅଛି । ବର୍ତ୍ତମାନ ସୁଦ୍ଧା କଟକ ଶ୍ରୀ କ୍ରିଷ୍ନା ବିହାରରୁ ଏକ ଲକ୍ଷ୍ୟ ସତୁରି ହଜାର ସହିତ ଚାରି ସହରୁ ଅଧିକ ସୁନା ଗହଣା, ଇନଭା ଭଲି ଦୁଇଟି ଦାମି କାର, ଦୁଇଟି ବାଇକ ଓ ଦାମି ଘଣ୍ଟା ଜବଦ ହେବାର ସୂଚନା ମିଳିଛି । ଅନ୍ୟ ସ୍ଥାନରୁ ବର୍ତ୍ତମାନ ସୁଦ୍ଧା ବହୁ ସମ୍ପତ୍ତିର ସୁରାକ ମିଳିଛି । ଚଢ଼ାଉ ଜାରି ରହିଥିବାରୁ ଭିଜିଲାନ୍ସ ଅଫିସରଙ୍କ ଠାରୁ କିଛି ସ୍ପଷ୍ଟ ସୂଚନା ମିଳିପାରି ନାହିଁ ।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.