ମନରେଗା ଯୋଜନାରେ କାମ କରି ଜବ କାର୍ଡ ଧାରୀଙ୍କୁ ମିଳୁନି ପାରିଶ୍ରମିକ

ବାଙ୍କୀ: ମହାତ୍ମାଗାନ୍ଧୀ ନିଶ୍ଚିନ୍ତ କର୍ମ ନିଯୁକ୍ତି ଯୋଜନାରେ କାମ କରି ମିଳୁନି ବାଙ୍କୀ ଡମପଡା ବ୍ଲକ ଢସର ପଂଚାୟତର ୧୬୫ରୁ ଉର୍ଦ୍ଧ ଶ୍ରମିକଙ୍କୁ ସେମାନଙ୍କ ପାରିଶ୍ରମିକ । ଯାହାକି ବାଙ୍କୀ ଡମପଡା ବ୍ଲକ ବିଡ଼ିଓଙ୍କ ନିକଟରେ ହୋଇଛନ୍ତି ଦ୍ଵାରସ୍ଥ ହୋଇ ଆଣିଛନ୍ତି ଅଭିଯୋଗ । ବିଡ଼ିଓଙ୍କ ଅନୁପସ୍ଥିତିରେ ବିଡ଼ିଓଙ୍କୁ ଏକ ଲିଖିତ ଦାବିପତ୍ର ଦେଇଛନ୍ତି । ୭ ଦିନ ଭିତରେ ଯଦି ଶ୍ରମିକମାନଙ୍କୁ ତାଙ୍କର ପ୍ରାପ୍ୟ ନମିଳିଲେ ଜୋରଦାର ଆନ୍ଦୋଳନ ପାଇଁ ଚେତାବନୀ ଦେଇଛନ୍ତି ।

ସୂଚନା ଥାଉକି ଢସର ଗ୍ରାମପଂଚାୟତରେ ଗତ ଦିନରେ ମନରେଗା ଯୋଜନାରେ ସରକାରଙ୍କ ବିଭିର୍ଣ୍ଣ ଉର୍ଣ୍ଣୟନ ମୂଳକ କାର୍ଯ୍ୟରେ ଜବ କାର୍ଡ ଧାରୀ ମାନେ କାମ କରିଥିଲେ ମଧ୍ୟ ଅନେକ ଦିନ ବିତିଲା ପରେ ପାରିଶ୍ରମିକ ନମିଳିବାରୁ ବାଧ୍ୟ ହୋଇ ବ୍ଲକକୁ ଆସିଥିଲେ ସେମାନଙ୍କ ପ୍ରାପ୍ୟ ତୁରନ୍ତ ମିଳିବା ନେଇ । ସେପଟେ ଦାୟିତ୍ୱରେ ରହିଥିବା ଗାଁ ସାଥି ଓ ଜିଆରସିସିଙ୍କ ନିକଟରୁ କୌଣସି ସନ୍ତୋଷ ଜନକ ଉତ୍ତର ନମିଳିବାରୁ ଶେଷରେ ବଧ୍ୟ ହୋଇ ବ୍ଲକ ଅଧିକାରୀଙ୍କ ନିକଟରେ ଫେରାଦ କରିଛନ୍ତି । ଏବେ ଶ୍ରମିକ ମାନଙ୍କ ଚେତାବନୀ ତୁରନ୍ତ ବକେୟା ୧୧ ଦିନର ପାରିଶ୍ରମିକ ପ୍ରାପ୍ୟ ଅର୍ଥ ଆମକୁ ଦିଆଯାଉ ନଚେତ ନିଜର ହକ ପାଇଁ ଶ୍ରମିକ ରାଜରାସ୍ତାକୁ ଓଲ୍ହାଇବା ସହିତ ଉଚ୍ଚସ୍ତ ଅଧିକାରୀ ଙ୍କ କାର୍ଯ୍ୟାଳୟ ଘେରାଉ ପାଇଁ ଚେତାବନୀ ଦେଇଛନ୍ତି ।

Leave a Reply

Your email address will not be published.