ଦାବି ପୂରଣ ପାଇଁ ସାମ୍ବାଦିକ ବଡ଼ଦାଣ୍ଡରେ

ପୁରୀ,(ନାଗରାଜ ନ୍ୟୁଜ): ରାଜ୍ୟ ଓ କେନ୍ଦ୍ର ସରକାର ସାମ୍ବାଦିକଙ୍କ ନାର୍ଯ୍ୟ ପୂରଣ ପୂରଣ ନକରିବାରୁ,ଆଜି ରାଜ୍ୟ ର ଅନେକ ସାମ୍ବାଦିକ ପୁରୀ ସିଂହଦ୍ବାର ରେ ଜଗନ୍ନାଥଙ୍କ ଶରଣାପନ୍ନ ହୋଇଛନ୍ତି।ସାମ୍ବାଦିକ ଙ୍କ ସ୍ବାସ୍ଥ୍ୟଵୀମା କୁ ଦଶ ଲକ୍ଷକୁ ବୃଦ୍ଧି, ଅପରାଧୀ ଆକ୍ରମଣ ଓ ପୁଲିସ ର ଉଦ୍ଦେଶ୍ୟମୂଳକ ଆକ୍ରୋଶରୁ ସାମ୍ବାଦିକ କୁ ସୁରକ୍ଷା, ଜିଲ୍ଲା ଓ ରାଜଧାନୀ ରେ ସାମ୍ବାଦିକଙ୍କୁ ଘର/କ୍ୱ।ଟର, ପ୍ରତି ସାମ୍ବାଦିକ ଙ୍କୁ ପେନସନ, ଶିକ୍ଷାନୁଷ୍ଠାନ ରେ ସାମ୍ବାଦିକ ଙ୍କ ସନ୍ତାନ ପାଇଁ ସୁବିଧା, କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର କୁ ବିଜ୍ଞାପନ ବୃଦ୍ଧି,ବସ୍ ଯାତାୟତରେ ରିହାତି ପ୍ରଭୃତି ଦଶଦଫା ଦାବି ନେଇ ସମ୍ମିଳୀତ କର୍ମଜୀବୀ ସାମ୍ବାଦିକ ମହାସଂଘ, ଓଡ଼ିଶା,ପୁରୀ ବଡ଼ଦାଣ୍ଡରେ ଦାବି ହାସଲ ପାଇଁ ଶୋଭାଯାତ୍ରା କରିଛି। ସଂଗଠନ ର କେନ୍ଦ୍ର ସଭାପତି ଡକ୍ଟର ପୀତବାସ ମିଶ୍ର ଙ୍କ ନେତୃତ୍ବ ରେ କେନ୍ଦ୍ରୀୟ ସାଧାରଣ ସମ୍ପାଦକ ତପନ ମହରନ୍ୟ ଶର୍ମା, ଉପସଭାପତି ସୁନୀଲ ମିଶ୍ର,ମାନସ ମହାପାତ୍ର, ବରିଷ୍ଠ ସ୍ତମ୍ଭକାର ବଦ୍ରି ମିଶ୍ର,ଯୁବ ସମାଜସେବୀ ତଥା ସଂଗଠକ ଷ୍ଟାଲିନ ପରିଜା, କୋଷାଧ୍ୟକ୍ଷ ଗଜେନ୍ଦ୍ର ବେହେରା, ଆଇନ୍ ଉପଦେଷ୍ଟା ଦିଲ୍ଲୀପ ଦାସ, ପୁରୀ ର ସାଧାରଣ ସମ୍ପାଦକ ଜୟକୃଷ୍ଣ ଦାସ,ଯୁବ ସାମ୍ବାଦିକ ସୁବୋଧ କୁମାର ସୁବୁଦ୍ଧି, ପ୍ରସନ୍ନ କୁମାର ଦାଶ,ପ୍ରସନ୍ନ ଲେଙ୍କା, ସାଗର ମଦନମୋହନ ପ୍ରତିହାରୀ, ରବିନ୍ଦ୍ର ମହାନ୍ତି, ବିବେକାନନ୍ଦ ଦାଶ,ବିଶ୍ଵମିତ ମିଶ୍ର ପ୍ରମୁଖ ସିଂହଦ୍ବାର ଠାରୁ ଶୋଭାଯାତ୍ରା ରେ ବାହାରି ମୁଖ୍ୟ ଶାସନ ସଚିବଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଏହି ଶୋଭାଯାତ୍ରା ସିଂହଦ୍ବାର, ଟାଉନଥାନା,ବଡ଼ ଡ଼ାକ୍ତରଖାନା ଛକ, ମହାତ୍ମାଗାନ୍ଧୀ ରୋଡ଼ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ପହଞ୍ଚିଥିଲେ।ଏହି ଶୋଭାଯାତ୍ରା ରେ ଦାବିପୂରଣ ପାଇଁ ବିଭିନ୍ନ ସ୍ଲୋଗାନ ଦିଆଯାଇଥିଲା।ଯଦି ସରକାର, ସାମ୍ବାଦିକଙ୍କ ନାର୍ଯ୍ୟଦାବି ଉପରେ ବିଚାର ନକରନ୍ତି, ତେବେ କେବଳ ପୁରୀ କି ଓଡ଼ିଶା ନୁହେଁ, ସମଗ୍ର ଭାରତବର୍ଷରେ ଆନ୍ଦୋଳନ ଆରମ୍ଭ ହେବ ବୋଲି ସଭାପତି ଡକ୍ଟର ପୀତବାସ ମିଶ୍ର ଘୋଷଣା କରିଛନ୍ତି।

Leave a Reply

Your email address will not be published.