ମାଟ୍ରିକ ପରୀକ୍ଷାରେ ୬୦୦ ନମ୍ବରରୁ ୫୮୦ ନମ୍ବର ରଖିଲେ ଜ୍ୟୋତ୍ସ୍ନାରାଣୀ

ବାଲେଶ୍ୱର,(ନାଗରାଜ ନ୍ୟୁଜ): ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଅଧିନ ଅଡା ହାଇସ୍କୁଲର ଛାତ୍ରୀ ଅଟନ୍ତି ଜ୍ଯୋତ୍ସ୍ନା ରାଣୀ ଓଝା । ସେ ହେଉଛନ୍ତି ସାଲୋ ଗ୍ରାମର ପିତା ଅନ୍ତର୍ଯ୍ୟାମୀ ଓଝା ଏବଂ ମାତା ଅନ୍ନପୂର୍ଣ୍ଣା ଓଝାଙ୍କ ମଧ୍ୟମା କନ୍ୟା । ପିଲାଟି ବେଳୁ ଜ୍ୟୋସ୍ନାରାଣୀ ଓଝାଙ୍କର ପାଠ ପ୍ରତି ଅହେତୁକ ଆଗ୍ରହ ଥିବା ପ୍ରକାଶ କରିଛନ୍ତି ବାପା ଓ ମାଆ । ଜ୍ୟୋତ୍ସ୍ନାରାଣୀ ପିଲାଟି ଦିନରୁ ଖେଳ କୁଦକୁ ପସନ୍ଦ ନକରି ପାଠ ପ୍ରତି ଆଗ୍ରହ ରଖିଥିବା ସ୍ଥାନୀୟ ଲୋକମାନେ ମଧ୍ୟ କହିଛନ୍ତି । ସେ ଦୈନିକ ୧୨ ଘଣ୍ଟାରୁ ଅଧିକ ପରିଶ୍ରମ କରି ଏହି ସଫଳତା ପାଇଛନ୍ତି । ଭବିଷ୍ୟତରେ ଜଣେ ଡାକ୍ତର ହୋଇ ରୋଗୀସେବା କରିବା ପାଇଁ ସେ ଲକ୍ଷ୍ୟ ରଖିଛନ୍ତି । ତାଙ୍କର ଏହି ସଫଳତା ପଛରେ ମାଆ, ବାପା, ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କର ହାତ ଅଛି ବୋଲି କହିଛନ୍ତି । ଜ୍ୟୋତ୍ସ୍ନାରାଣୀ ଓଝାଙ୍କ ବାପା ଅନ୍ତର୍ଯ୍ୟାମୀ ଓଝା ସ୍ଥାନୀୟ ଅଡା ବଜାର ଠାରେ ଏକ ଛୋଟ ଫେବ୍ରିକେସନ ଦୋକାନ କରି ତିନି ଝିଅଙ୍କୁ ବହୁ କଷ୍ଟରେ ପାଠ ପଢ଼ାଉଅଛନ୍ତି । ବାପା ଅନ୍ତର୍ଯ୍ୟାମୀଙ୍କ କହିବା ଅନୁସାରେ କିଛି ସରକାରୀ ସହାୟତା ମିଳିଲେ ସେ ଝିଅକୁ ଜଣେ ଡାକ୍ତର କରିପାରନ୍ତେ ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.