ମରଣଯନ୍ତା ପାଲଟିଛି ଖଇରା ଫତେପୁର ରାସ୍ତା

ବାଲେଶ୍ବର, (ନାଗରାଜ ନ୍ଯୁଜ): ମରଣଯନ୍ତା ପାଲଟିଛି ବାଲେଶ୍ବର ଜିଲ୍ଲା ଖଇରା ଓ ଫତେପୁର ବ୍ଲକର ଖଇରା ଫତେପୁର ରାସ୍ତା । ସ୍ଥାନେ ସ୍ଥାନେ ସୃଷ୍ଟି ହୋଇଛି ବିପଦପୂର୍ଣ୍ଣ ଗାଢ । ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ପଥଚାରୀ । ରାଜ୍ୟର ପ୍ରାୟ ବିଭିନ୍ନ ସ୍ଥାନକୁ ସଂଯୋଗ କରୁଛି ଏହି ରାସ୍ତା । ଚାଲୁଛି ଶହ ଶହ ଗାଡିମୋଟର । ସବୁଠାରୁ ବିପଦପୂର୍ଣ୍ଣ ଭାବେ ଯାତାୟତ କରୁଛି ଯାତ୍ରୀବାହୀ ଗାଡି । ବସରେ ଯାତ୍ରୀମାନେ ବିପଦସଙ୍କୁଳ ଅବସ୍ଥାରେ ଯାତ୍ରା କରୁଛନ୍ତି ।

ଦୀର୍ଘ ୨ବର୍ଷ ହେବ ମରାମତି ଅଭାବରୁ କେତେ ଜଣଙ୍କ ପ୍ରାଣ ମଧ୍ୟ ଗଲାଣି । ସବୁଠାରୁ ବେଶି ବିପଦ ପୂର୍ଣ୍ଣ ହୋଇଛି ବାଙ୍ଗୁର ଛକ ଗାଢ । ଉକ୍ତ ଗାଢ କିଛି ଲୋକଙ୍କ ଜୀବନ ମଧ୍ୟ ନେଲାଣି । ତଥାପି ବିଭାଗୀୟ ଅଧିକାରୀଙ୍କ ଭାଙ୍ଗୁନି ନିଦ । ମରାମତି ପାଇଁ ଦାବି କରିଛନ୍ତି ବାଙ୍ଗୁର ଗ୍ରାମବାସୀ ରମାକାନ୍ତ ଧର, ରାମଚନ୍ଦ୍ର ମହାନ୍ତି, ପଦନ ଭୂୟାଁ ଓ ମାନସ ଦାସ । କେବେ ହେଉଛି ମରାମତି ଦେଖିବାକୁ ବାକି ରହିଲା ।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.