ପାଟଣାଗଡ, (ନାଗରାଜ ନ୍ୟୁଜ): ପାଟଣାଗଡ ବ୍ଲକ ଲରମ୍ଭା ପଞ୍ଚାୟତ କୁତୁର୍ଲା ଗାଁ ରେ ବିଖ୍ୟାତ ସ୍ୱୟଂମ୍ଭୁ ଶିବ ମନ୍ଦିର ତଥା ନୂତନ ଭାବରେ ନିର୍ମିତ ଧବଳେଶ୍ୱର ଶିବ ମନ୍ଦିର ଏବଂ ଘସିଏନ ଦେବୀ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଉଦଯାପିତ ହୋଇଯାଇଛି । ବର୍ଣ୍ଣାଢ୍ୟ ସାଂସ୍କୃତିକ ପରିବେଶ ମଧ୍ୟରେ ଦୀର୍ଘ ୯ ଦିନଧରି ଶିବ ପରାୟଣ,ନାମ ସଂକୀର୍ତନ,ହୋମ ଯଜ୍ଞ,ଅନୁଷ୍ଠିତ ହୋଇଥିଲା । ଗୁରୁବାର ଦିନ ପୂର୍ଣ୍ଣାହୁତୀ ପରେ ପାର୍ଶ୍ୱ ଦେବଦେବୀ ଙ୍କ ମନ୍ଦିର ପ୍ରବେଶ,କୁମ୍ଭ ଭରଣୀ ଶୁଭ କାର୍ଯ୍ୟ କରାଯାଇଥିଲା । ପରେ କଳସ ଭଷାଣି ଯାତ୍ରା ଅବସରରେ ଗାଁ ରେ ଏକ ବିଶାଳ ସାଂସ୍କୃତିକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି ସୁନ୍ଦର ଆଧ୍ୟାତ୍ମିକ ପରିବେଶ ରେ ଜ଼ିଲ୍ଲାର ସମସ୍ତ ଅଞ୍ଚଳରୁ ଶୈବଭକ୍ତ ସାଧୁ ସନ୍ଥ ଆଚାର୍ଯ୍ୟ ଯୋଗଦାନ ଦେଇଥିଲେ । ଗାଁର ନିରଞ୍ଜନ ବିଶି,ପରମାନନ୍ଦ ସାହୁ,ରମେଶ ସାହୁ,ଗୋକୁଳ ପର୍ଡିଆ,ଦୁର୍ଲଭ ଭୋଇ,ଚୁଳ ବାଗ,ରୋହିତ ସାହୁ,ଖୁଟୁଳା ସାହୁ, ଯlଗେଶ୍ୱର ପଶlୟତ, ନୀଳାଞ୍ଚି ବିଶି, କୈଳାସ ସେଠ, ସିଦ୍ଧେର ମହାକୁର, ବିଦ୍ୟାଧର ବାରିକ, ଜିତୁ ସେଠ, ଭୀମ ବଗର୍ତ୍ତୀ, ରୁଦ୍ରମଣି ଦନ୍ତା, ଧରଣୀ ବରିହା, ମହାଦେବ ବରିହା,ଜୟଦେବ ବରିହା,ସଦାନନ୍ଦ ବାରିକ,ସଂଜୀବ ମହାକୁର ପ୍ରମୁଖ ସହଯୋଗ କରିଥିଲେ ।