ପତିରାଜପୁର ଦୋଳ ମେଳଣ ପଡିଆରେ ଭୂମି ପୂଜନ

ଖଇରା, (ନାଗରାଜ ନ୍ୟୁଜ): ବାଲେଶ୍ବର ଜିଲା ଖଇରା ବ୍ଲକ ଅଧୀନ ଐତିହାସିକ ଦୋଳ ମେଳନ ପଡିଆରେ ରାଧାକୃଷ୍ଣ ଜୀଉଙ୍କ ମନ୍ଦିର ପ୍ରତିଷ୍ଠା ପାଇଁ ପବିତ୍ର ରଥଯାତ୍ରା ଅବସରରେ ଭୁମି ପୁଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରବିନ୍ଦ୍ର ମହାନ୍ତି ଓ ଅଶୋକ ଜେନାଙ୍କ ଦ୍ବାରା ଘଟୋତ୍ତଳନ କରାଯାଇଥିଲା । ପଣ୍ଡିତ ରାଧାକାନ୍ତ ମିଶ୍ର,ଗୌର ପାଠୀ,ନୃସିଂହ ଦ୍ବିବେଦୀ,ମନୋରଞ୍ଜନ ଶୁକ୍ଳ,ବାଳକୃଷ୍ଣ ଦାଶ ଙ୍କ ଦ୍ବାରା ଭୁମି ପୁଜନ ସହ ହୋମ ଯଜ୍ଞାଦି କର୍ମର ଆୟୋଜନ କରାଯାଇଥିଲା । ସ୍ଥାନୀୟ ବିଧାୟକ ତଥା ପୁର୍ବତନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ପତିରାଜପୁର ମେଳା କମିଟିର ସଭାପତି ପିତାମ୍ବର ପଟ୍ଟନାୟକ,ସାଧାରଣ ସମ୍ପାଦକ ଭରତ ଚନ୍ଦ୍ର ରାଉତ,ଉପସଭାପତି ପ୍ରତାପ କୁମାର ପଣ୍ଡା,ଗୋଳିହା ସମବାୟ ସମିତି ସଭାପତି ରମେଶ ଘଡେଇ,ସଭ୍ୟ କ୍ଷେତ୍ର ମୋହନ ଖଟୁଆ,ଭିଷ୍ମଚରଣ ନାୟକ,ପ୍ରଦୀପ କୁମାର ସାମଲ ସମେତ ସ୍ଥାନୀୟ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ ।

ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published.