ଶ୍ରୀମନ୍ଦିର ଛାଡି ବଡ଼ ଦାଣ୍ଡରେ ମାନବୀୟ ଲୀଳା କରୁଛନ୍ତି ମହାପ୍ରଭୁ

ପୁରୀ, (ନାଗରାଜ ନ୍ୟୁଜ): ଶ୍ରୀମନ୍ଦିର ଛାଡି ବଡ଼ ଦାଣ୍ଡରେ ମାନବୀୟ ଲୀଳା କରୁଛନ୍ତି ମହାପ୍ରଭୁ । ବରସକ ପରେ ପୁଣି ଥରେ ବଡ଼ ଦାଣ୍ଡରେ ଘରଘର ନାଦରେ ଗଡିଥିଲା ତିନି ରଥ ।ଦୁଇ ବର୍ଷ ପରେ ଭକ୍ତ ଓ ଭଗବାନ ଙ୍କ ମଧ୍ୟରେ ହୋଇଛି ମିଳନ ।ଗତକାଲି ସନ୍ଧ୍ୟାରେ ମହା ପ୍ରଭୁ ଭକ୍ତ ଭାବର ଠାକୁର ଙ୍କ ତିନି ରଥ ସରଧା ବାଲି ନିକଟରେ ପହଞ୍ଚିଥିଲା ।ଆଜି ସମସ୍ତ ନୀତି ସରିବା ପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ପହଣ୍ଡି ଆରମ୍ଭ ହୋଇ ଗୁଣ୍ଡିଚା ରାଣୀ ଙ୍କ ଘରକୁ ଯାଇଥିଲା । ଭକ୍ତଙ୍କ ହରିବୋଲ ଜୟ ଜଗନ୍ନାଥ ଡାକରେ ପ୍ରକମ୍ପିତ ହୋଇଥିଲା ଖଣ୍ଡ ମଣ୍ଡଳ ।ଭକ୍ତ ବିନୋଦିଆ କାଳିଆ ଠାକୁରଙ୍କୁ ଦେଖି ନୃତ୍ୟ ଗୀତରେ ଝୁମିଛନ୍ତି ଭକ୍ତ ।ଭାବ ବିହୋଳ ହୋଇ ଗୀତ ଗୋବିନ୍ଦ ଗାଈ ଆଖିରୁ ଝରାଇଛନ୍ତି ଲୋତକ । ଏତେ ବର୍ଷ ପରେ ଚର୍ମ ଚକ୍ଷୁରେ ଦର୍ଶନ ସହ କାଳିଆର ରଥ ଦୌଡିକୁ ସ୍ପର୍ଶ କରି ଝାରାଇଛନ୍ତି ଲୋତକାଶ୍ରୁ । ଆଶୀର୍ବାଦ ପାଇଁ ଅଞ୍ଜଳି ପତେଇ ଦେଇଛନ୍ତି ।ଭକ୍ତଙ୍କ ପାଇଁ ଅନୁକୂଳ ପାଗବି ସତେ ଯେପରି ଥିଲା କାଳିଆ ଆଶୀର୍ବାଦ ।

Leave a Reply

Your email address will not be published.