ବିଦ୍ୟୁତ କର୍ମଚାରୀଙ୍କ ଅବହେଳାରୁ ଚାଲିଗଲା ଜୀବନ

ବାଲେଶ୍ବର, (ନାଗରାଜ ନ୍ୟୁଜ): ବିଦ୍ୟୁତ କର୍ମଚାରୀଙ୍କ ଅବହେଳାରୁ ଚାଲିଗଲା ଦୁଇଟି ଜୀବନ । ଏପରି ଏକ ଦୁର୍ଘଟଣା ଘଟିଯାଇଛି ବାଲେଶ୍ବର ଜିଲ୍ଲା ଔପଦା ବ୍ଲକ ଅଘିରାପଦା ପଞ୍ଚାୟତ ଅଞ୍ଚଳରେ । ଖବର ସଂଗ୍ରହରୁ ଜଣାଯାଇଛି ଯେ ଗତ ତା ୨୧/୫/୨୨ ରିଖ ରାତିରେ ବର୍ଷା ସହିତ ଝଡତୋଫାନ ହୋଇଥିଲା । ଏହି ଝଡତୋଫାନରେ ତେନ୍ତୁଳିମାଳ ଓ ସିଙ୍ଗାଡପୁର ମଝିରେ ଦୀର୍ଘ ଦିନ ହେବ ଝୁଲି ରହିଥିବା ୧୧ କେଭି ବିଦ୍ଯୁତ୍ ତାର ଟି ଛିଣ୍ଡି ପଡିଥିଲା । ପରଦିନ ଅର୍ଥାତ୍ ତା ୨୨/୫/୨୨ ରିଖ ସକାଳେ ଗୋରୁଗାଈ ବିଲକୁ ଚରିବାକୁ ଯାଇଥିଲା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୋଟିଏ ଗାଈ ଓ ଗୋଟିଏ କୁକୁର ମରି ପଡି ଥିବାର ଖବର ପ୍ରସାରଣ ହେବା ପରେ ଘଟଣା ସ୍ଥଳକୁ ଗ୍ରାମଲୋକ ଦୌଡ଼ିଥିଲେ । ଖବରପାଇ ବିଦ୍ୟୁତ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ଅନୁସନ୍ଧାନ କରିଥିଲେ । ବିଦ୍ୟୁତ ବିଭାଗର ଏପରି ଅବହେଳା ଯୋଗୁଁ ଏହି ଅଞ୍ଚଳ କାହିଁକି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ମଧ୍ୟ ବାରମ୍ବାର ଏପରି ଘଟୁଛି । ସେହି ରାସ୍ତା ଦେଇ ସ୍କୁଲ ପିଲାମାନେ ଯିବାଆସିବା କରନ୍ତି ହେଲେ ରବିବାର ଥିବାରୁ ପିଲାମାନେ ଏଭଳି ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି । ମହୁଲଗଡିଆ ତେନ୍ତୁଳିମାଳ ଗ୍ରାମର ପ୍ରହଲ୍ଲାଦ ରାଉତଙ୍କ ଗାଈ ମରିଥିବାରୁ କ୍ଷତିପୂରଣ ରାଶି ଶ୍ରୀ ରାଉତଙ୍କୁ ବିଦ୍ୟୁତ ବିଭାଗ ପ୍ରଦାନ କରୁ ବୋଲି ସର୍ବସାଧାରଣରେ ଦାବି ହେଉଛି । ପ୍ରକାଶ ଥାଉକି ଝୁଲି ରହିଥିବା ବିଦ୍ୟୁତ ତାର ପ୍ରତି ବିଭାଗ ଯଦି ଦୃଷ୍ଟି ଦେଇଥାନ୍ତା ହୁଏତ ଏଭଳି ପରିସ୍ଥିତି ଉପୁଜି ନଥାନ୍ତା । ଆଗାମୀ ଦିନରେ ଏଭଳି ଅବହେଳା ପାଇଁ ବିଭାଗ ସତର୍କ ରହୁ ବୋଲି ଜନସାଧାରଣ ଚେତାବନୀ ଦେଇଛନ୍ତି ।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.