ଦ୍ରୌପଦୀ ମୁର୍ମୁଙ୍କୁ ବିଜୟ ନିମନ୍ତେ ସିଂହଦ୍ଵାର ସମ୍ମୁଖରେ ଦୀପଦାନ

ପୁରୀ,(ନାଗରାଜ ନ୍ୟୁଜ): ରାଷ୍ଟ୍ରପତି ପ୍ରାର୍ଥୀନୀ ଦ୍ରୌପଦୀ ମୁର୍ମୁଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ରାଷ୍ଟ୍ରପତି ଭାବେ ନିର୍ବାଚିତ କରିବାକୁ ବିଜେପିର ସମସ୍ତ ବିଧାୟକ ଆଜି ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ଦୀପଦାନ କରିଛନ୍ତି। ଜଣେ ପ୍ରଥମ ଓଡ଼ିଆ ଆଦିବାସୀ ମହିଳା ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ବାଛିଥିବାରୁ ପ୍ରତ୍ୟେକ ଓଡ଼ିଆ ଏଥିପାଇଁ ଗର୍ବିତ।ତାଙ୍କ ବିଜୟ, ଦୀର୍ଘାୟୁ କାମନା କରି ଏହି ଦୀପଦାନ କରାଯାଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଇଚ୍ଛା ଓ ଆଶୀର୍ବାଦରେ ଏହା ହୋଇଛି ବୋଲି ବିଜେପି ବିଧାୟକ କହିଛନ୍ତି। ବିଜେଡ଼ି ମଧ୍ୟ ରାଷ୍ଟ୍ରପତି ପାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ସମର୍ଥନ ଜଣାଇଛି। ଜଣେ ଆଦିବାସୀ ମହିଳା ହୋଇ ରାଇସିନା ହିଲରେ ବସିବା କମ ଗର୍ବର କଥା ନୁହେଁ ବୋଲି ବିଜେପି ବିଧାୟକ କହିଛନ୍ତି।ଗତକାଲି ଏ ନେଇ ଭୋଟିଂ ମକଡ୍ରିଲ କରାଯାଇଥିବା ବେଳେ ଏହା ଶତ ପ୍ରତିଶତ ସଫଳ ହୋଇଛି ।ଆଉ ଆସନ୍ତାକାଲି ବିଧାନସଭାର 54 ନଂ ପ୍ରକୋଷ୍ଠରେ ନିର୍ବାଚନ ନେଇ ଆମେ ବେଶ ଆଶାବାଦୀ ବୋଲି କହିଛନ୍ତି ବିଜେପି ବିଧ୍ୟାୟକ । ତେବେ ସାରାଦେଶରୁ ସମର୍ଥନ ମିଳିଥିବା ବେଳେ ଦ୍ରୌପଦୀ ମୁର୍ମୁଙ୍କୁ ଜଗନ୍ନାଥ ବିଜୟ ଦିଅନ୍ତୁ ବୋଲି କହିଛନ୍ତି ବିଧ୍ୟାୟକ ।

Leave a Reply

Your email address will not be published.