ଦେଶୀ ଓ ବିଦେଶୀ ମଦ ଜବତ, ୪ ଗିରଫ

ଖଇରା, (ନାଗରାଜ ନ୍ୟୁଜ): ଭଦ୍ରକ ଜିଲ୍ଲାର ଅବକାରୀ ନିରୀକ୍ଷକ ଶ୍ରୀ ଧନେଶ୍ୱର ବରାଡ଼ଙ୍କ ନେତୃତ୍ୱରେ ଧାମନଗର ବ୍ଲକ ର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ସାମଲ ଓ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ୱାରା ଧାମନଗର ଥାନା ଅଧିନସ୍ଥ ଚିଙ୍ଗୁଡ଼ିପୁର, ଶି ପୁର, ବାରିକପୁର, ଅନନ୍ତପୁର, ଜଳମଣ୍ଡୁଆ ଏବଂ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଅଞ୍ଚଳର ଗଜେନ୍ଦ୍ରପୁର, ବେଲଦା ଓ ହାତୀସାହି ଗ୍ରାମ ଅଞ୍ଚଳରେ ମାରାଥନ ଚଢାଉ କରାଯାଇ ୮୦ ଲିଟର ଦେଶୀ ମଦ ଓ ୫.୪୦୦ ଲିଟର ବିଦେଶୀ ମଦ ଜବତ କରିବା ସହିତ ଏଥିରେ ସମ୍ପୃକ୍ତ ମୋଟ ୦୪ ଜଣମଦ ମାଫିଆ ଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଧାମନଗର ଥାନା ଅନ୍ତର୍ଗତ ଦୁର୍ଗାପୁର ଗ୍ରାମର ପ୍ରେମାନନ୍ଦ ଦାସ, ଅନନ୍ତପୁର ଗ୍ରାମର ଦିନା ମୁଣ୍ଡା ଓ ମୁନା ଚାମ୍ପିଆ ମୁଣ୍ଡା ଏବଂ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗଜେନ୍ଦ୍ରପୁର ଗ୍ରାମର ନିରାକାର ଜେନା । ଜବତ ମଦର ଆନୁମାନିକ ମୂଲ୍ୟ ୩୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ତେବେ ଉକ୍ତ ଚଢାଉରେ ଏସ୍‌.ଆଇ ରବି ବେହେରା, ଏ.ଏସ୍‌.ଆଇ ପୁରୁଷୋତ୍ତମ ମଲ୍ଲିକ, କନେଷ୍ଟବଳ ପ୍ରଦୀପ ମଲ୍ଲିକ, ଅଜିତ କୁମାର ସିଙ୍କୁ, ରମେଶ ନାୟକ, ଅନବାଦିତ୍ୟ ବାରିକ, ଶିବପ୍ରସାଦ ସାହୁ, ସନ୍ଧ୍ୟାରାଣୀ ସେନାପତି ପ୍ରଭୃତି ସାମିଲ ଥିଲେ ବୋଲି ଏନେଇ ଅବକାରୀ ଥାନା ପକ୍ଷରୁ ୦୪ ଗୋଟି ମାମଲା ରୁଜ୍ଜୁ କରାଯାଇଛି ।

ବାଲେଶ୍ଵର ଜିଲ୍ଲା ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published.